Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

‘ମୋ ପାଖରେ ସୁଶାନ୍ତଙ୍କ ଡାଏରୀର ଗୋଟିଏ ପୃଷ୍ଠା ଆଉ ଛୋଟିଆ ଗିଫ୍ଟ ଅଛି,ମୁଁ ଟଙ୍କା ନେଇନାହିଁ’-ସୋସିଆଲ ମିଡିଆରେ ରିୟାଙ୍କ ସଫେଇ

8/08/2020 at 1:16 PM

ମୁମ୍ବାଇ ୮/୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ହେଉଛି। ଏହି ମାମଲାରେ ପ୍ରତିଦିନ ନୂଆ ନୂଆ ମୋଡ଼ ଆସୁଛି। ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି।

ସବୁ ପ୍ରକାରର ଅଭିଯୋଗ ପରେ ରିୟା ଚକ୍ରବର୍ତ୍ତୀ ଶୁକ୍ରବାର ଇଡି ଅଫିସ୍ ଯାଇ ନିଜ ଷ୍ଟେଟମେଣ୍ଟ ରୁଜୁ କରିଛନ୍ତି। ଏବେ ରିୟା ନିଜ ଡାଏରୀର ପେଜ ସେୟାର କରିଛନ୍ତି। ରିୟା ଦାବି କରିଛନ୍ତି ଯେ ଏହି ଡାଏରୀରେ ସୁଶାନ୍ତଙ୍କ ଦ୍ବାରା କିଛି କଥା ଲେଖା ଯାଇଥିଲା।

ରିୟା ଏହା ମଧ୍ୟ ଦାବି କରିଥିଲେ ଯେ ସୁଶାନ୍ତଙ୍କ ଚିହ୍ନ ଏବଂ ସମ୍ପତ୍ତି ନାଁରେ ତାଙ୍କ ପାଖରେ କେବଳ ଏହି ଡାଏରୀ ରହିଛି ଯେଉଁଥିରେ ସୁଶାନ୍ତ ତାଙ୍କ ଏବଂ ତାଙ୍କ ପରିବାର ବିଷୟରେ ଲେଖିଥିଲେ। ରିୟା କହିଛନ୍ତି ଯେ ଏହି ଡାଏରୀରେ ସୁଶାନ୍ତଙ୍କ ହାଣ୍ଡରାଇଟିଂ ରହିଛି।

ଯଦି ଆପଣ ଏହି ଡାଏରୀର ଫଟୋ ଦେଖିଲେ ଜାଣି ପାରିବେ ଯେ ଲେଖିଥିବା ଲୋକ ନିଜ ଜୀବନ ପାଇଁ କୃତଜ୍ଞ ଅଟେ। ଏହା ସହିତ ଲିଲ୍ଲୁ,ବେବୁ,ସର,ମ୍ୟାମ୍ ଏବଂ ଫଜକୁ ପାଇ ମଧ୍ୟ କୃତଜ୍ଞ ଅଛନ୍ତି।

ଏହା ସୁଶାନ୍ତଙ୍କ ହାଣ୍ଡ ରାଇଟିଂ। ଲିଲ୍ଲୁ ହେଉଛି ଶୋଭିକ୍,ବେବୁ ହେଉଛନ୍ତି ରିୟା,ସର ରିୟାଙ୍କ ବାପା,ମ୍ୟାମ୍ ରିୟାଙ୍କ ମାଆ। ଏହା ସହିତ ଫଜ ସୁଶାନ୍ତଙ୍କ କୁକୁରର ନାଁ। ରିୟା ନିଜ ଓକିଲ ଜରିଆରେ ନିଜ ଡାଏରୀର ପେଜ ସେୟାର କରିଛନ୍ତି।

ଏହା ସହିତ ରିୟା ଏହା ମଧ୍ୟ କହିଛନ୍ତି ଯେ ଏହି ଡାଏରୀ ବ୍ୟତୀତ ତାଙ୍କ ପାଖରେ ସୁଶାନ୍ତଙ୍କ ଚିହ୍ନ ଭାବେ କେବଳ ତାଙ୍କ ସିପର ରହି ଯାଇଛି।

   Related Posts