Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୯ଘଣ୍ଟାର ଜେରା, ପୋଲିସକୁ କ’ଣ କହିଲେ ରିୟା ଚକ୍ରବର୍ତ୍ତୀ : କାହିଁକି ୟଶରାଜ ଫିଲ୍ମସ୍ ଛାଡ଼ିବାକୁ କହୁଥିଲେ ସୁଶାନ୍ତ ? ରିଲେସନ ଓ ଡିପ୍ରେସନର କରିଛନ୍ତି କି ଖୁଲାସା?

19/06/2020 at 3:34 PM

ମୁମ୍ବାଇ ୧୯/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ଜଗତରେ ହଇଚଇ ସୃଷ୍ଟି ହୋଇଛି। ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦା ଫାଶ କରିବା ପାଇଁ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପଚରାଉଚୁରା କରୁଛି। ବାନ୍ଦ୍ରା ପୋଲିସ୍ ଗୁରୁବାର ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରିଛି। ପଚରାଉଚୁରାରେ ରିୟା ସୁଶାନ୍ତଙ୍କ ଆତ୍ମହତ୍ୟା ସମ୍ବନ୍ଧିତ ଅନେକ ରହସ୍ୟ ଖୋଲିଛନ୍ତି।

ସୁଶାନ୍ତ ମୃତ୍ୟୁ ପୂର୍ବରୁ ରିୟାଙ୍କୁ କଲ୍ କରିଥିଲେ ଏବଂ ରିୟା-ସୁଶାନ୍ତ ପରସ୍ପରକୁ ମଧ୍ୟ ଡେଟ୍ କରୁଥିଲେ। ଏଥିପାଇଁ ପୋଲିସ୍ ରିୟାଙ୍କୁ ପଚରାଉଚୁରା କରିଛି। ରିୟା ସକାଳ ୧୧ଟାରେ ପୋଲିସ୍ ଷ୍ଟେସନ୍ ପହଞ୍ଚିଥିଲେ ଏବଂ ପାଖାପାଖି ୯ରୁ ୧୦ଘଣ୍ଟା ପରେ ବାହାରକୁ ବାହାରିଥିଲେ। ଆସନ୍ତୁ ଜାଣିବା ରିୟାଙ୍କ ପୋଲିସ୍ ଷ୍ଟେଟମେଣ୍ଟ ବିଷୟରେ

ପୋଲିସ୍ ସହ ପଚରାଉଚୁରା ସମୟରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ,ବିବାହ କଥାଠୁ ଆରମ୍ଭ କରି ତାଙ୍କ ବନ୍ଧୁଙ୍କ ସହ ବଣ୍ଡିଂ,ଡିପ୍ରେସନ ଏବଂ ଇଣ୍ଡଷ୍ଟ୍ରି ସହ ସୁଶାନ୍ତ ସିଂହଙ୍କ ସମ୍ପର୍କ ସହ ଜଡ଼ିତ ଅନେକ ପ୍ରଶ୍ନ ପଚରାଯାଇଛି। ରିୟାଙ୍କ ବୟାନ୍ ଅନୁସାରେ ସୁଶାନ୍ତ କାର୍ଟର ରୋଡ,ଖାର ସ୍ଥିତ ଏକ ପେଣ୍ଟ ହାଉସରେ ଏକାଠି ମିଶି ରହୁଥିଲେ। ଏହାକୁ ସୁଶାନ୍ତ ନିଜ ବନ୍ଧୁ ସିଦ୍ଧାର୍ଥ ପିଟାନିଙ୍କ ସହ ମିଶି ଭଡ଼ାରେ ନେଇଥିଲେ। ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ରିୟା ଏହି ଘର ଛାଡ଼ି ଦେଇଥିଲେ। ରିୟା ଏହା ସ୍ବୀକାର କରିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ତଳେ ଉଭୟଙ୍କର ଝଗଡ଼ା ହୋଇଥିଲା। ପରେ ଉଭୟଙ୍କର ମ୍ୟାସେଜ ଏବଂ ଫୋନ୍ ଜରିଆରେ କଥାବାର୍ତ୍ତା ହେଉଥିଲା। ରିୟା ପୋଲିସକୁ ଝଗଡ଼ା ପରେ ପରସ୍ପରକୁ ପଠାଇଥିବା ମ୍ୟାସେଜ ମଧ୍ୟ ଦେଖାଇଥିଲେ ଏବଂ ଏହା ମଧ୍ୟ କହିଥିଲେ ଯେ ଝଗଡ଼ା ପରେ ଫୋନ୍ କଲ୍ ଜରିଆରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲା।

ରିୟା ପୋଲିସକୁ କହିଥିଲେ ଯେ ଦୁହେଁ ଖୁବ୍ ଶୀଘ୍ର ଏକ ଘର ନେଇଥାନ୍ତେ ଏବଂ ୨୦୨୦ଶେଷରେ ଦୁହେଁ ବିବାହ ମଧ୍ୟ କରିଥାନ୍ତେ। ୨୦୧୯ରେ ଦିଲ ବେଚାରା ଫିଲ୍ମ ସୁଟିଂ ଶେଷ କରିବା ପରେ ସୁଶାନ୍ତ ଡିପ୍ରେସନର ଶିକାର ହୋଇଥିଲେ। ପ୍ରଥମେ ସୁଶାନ୍ତ ଏହାକୁ ନଜରଅନ୍ଦାଜ କରିଥିଲେ କିନ୍ତୁ ଧୀରେ ଧୀରେ କଷ୍ଟ ବଢ଼ିବାକୁ ଲାଗିଥିଲା। ରିୟା ନିଜେ ସୁଶାନ୍ତଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ ଏବଂ ସୁଶାନ୍ତଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସୁଶାନ୍ତ ଠିକ୍ ଭାବେ ଔଷଧ ନେଉନଥିଲେ। ବେଳେବେଳେ ସୁଶାନ୍ତ ପୂରା ଚୁପ୍ ରହିଯାଉଥିଲେ  ଏବଂ ବେଳେବେଳେ ତାଙ୍କ ମୁଡ ଅଲଗା ରହୁଥିଲା। ରିୟା ଯେତେ ଦିନ ଯାଏଁ ସୁଶାନ୍ତଙ୍କ ପାଖରେ ରହିଥିଲେ ତାଙ୍କର ଭଲ ଭାବେ ଯତ୍ନ ନେଇଥିଲେ କିନ୍ତୁ କିଛି ଦିନ ପରେ ସୁଶାନ୍ତ ଏକୁଟିଆ ରହିବାକୁ କହି ତାଙ୍କୁ ଘରକୁ ପଠାଇ ଦେଇଥିଲେ।

ରିୟା କହିଥିଲେ ଯେ ସୁଶାନ୍ତ ପାଖାପାଖି ବର୍ଷେ ତଳେ ରିଲେସନଶିପରେ ନଥିବାବେଳେ ତାଙ୍କୁ ୟଶରାଜ ଫିଲ୍ମ ଛାଡ଼ିବାକୁ କହିଥିଲେ। କିନ୍ତୁ ସେ ଏହା ପଛରେ କାରଣ କହିନଥିଲେ ବରଂ ବାରମ୍ବାର ତାଙ୍କୁ ୟଶରାଜ ଫିଲ୍ମ ଛାଡ଼ିବାକୁ ଚାପ ପ୍ରୟୋଗ କରିଥିଲେ। କିନ୍ତୁ ରିୟା ଏପରି କିଛି କରିନଥିଲେ।

ରିୟାଙ୍କ କହିବା ଅନୁସାରେ ଦୁହେଁ ରୁମି ଜାଫରିଙ୍କ ନିର୍ଦେଶନାରେ ଗୋଟିଏ ଫିଲ୍ମ କରିଥାନ୍ତେ ଯାହାକୁ ବାସୁ ଭାଗନାନି ପ୍ରଡ୍ୟୁସ୍ କରିଥାନ୍ତେ। ଫିଲ୍ମଟି ଫେବୃୟାରୀରେ ଫ୍ଲୋରରେ ଆସିବାର ଥିଲା ଏବଂ ମେ ମାସରେ ସୁଟିଂ ଆରମ୍ଭ ହେବାର ଥିଲା କିନ୍ତୁ ଲକଡାଉନ୍ ଯୋଗୁଁ ଏହା ହୋଇପାରିନଥିଲା।

   Related Posts