ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ମୁହଁ ଖୋଲିଲେ ଗାର୍ଲଫ୍ରେଣ୍ଡ ରିୟା : ଇନଷ୍ଟାଗ୍ରାମରେ ଲେଖିଲେ ଏକଥା…

Published By : Prameya-News7 Bureau | July 14, 2020 IST

ମୁମ୍ବାଇ ୧୪/୭: ଆଜିଠୁ ଠିକ୍ ମାସେ ତଳେ ଜୁନ୍ ୧୪ତାରିଖରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ଏହି ଦୁଃଖ ବୋଧହୁଏ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସେତିକି ହୋଇଛି ଯେତିକି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ। ସୁଶାନ୍ତଙ୍କ ଯିବାର ମାସେ ପରେ ରିୟା ଇନଷ୍ଟାଗ୍ରାମରେ ଏକ ଇମୋସନାଲ୍ ପୋଷ୍ଟ ଏବଂ ଫଟୋ ଜରିଆରେ ସୁଶାନ୍ତଙ୍କୁ ହରାଇବାର ଦୁଃଖ ବଖାଣିଛନ୍ତି।

wp:core-embed/instagram {"url":"https://www.instagram.com/p/CCnBR95HAmO/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CCnBR95HAmO/?utm_source=ig_embed
/wp:core-embed/instagram

ଏହା ବ୍ୟତୀତ ରିୟା ଗୋଟିଏ ଦିନ ପୂର୍ବରୁ ହିଁ ନିଜ ହ୍ବାଟସଆପ୍ ଡିପିରେ ତାଙ୍କ ସହ ଏକ ଫଟୋ ରଖିଛନ୍ତି। ଯେଉଁଥିରେ ସେ ଦୁହେଁ ଖୁବ୍ ଖୁସି ନଜର ଆସୁଛନ୍ତି। ଯେଉଁ ଫଟୋ ରିୟା ନିଜ ଡିପିରେ ରଖିଛନ୍ତି ତାହା ସେ କିମ୍ବା ସୁଶାନ୍ତ ପୂର୍ବରୁ କେବେ ବି ସୋସିଆଲ ମିଡିଆରେ ସେୟାର କରି ନଥିଲେ।

{"id":300199,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.