ଏବେ ରିୟାଙ୍କ ପାଲଟା ଆକ୍ରମଣ : ସୁଶାନ୍ତଙ୍କ ପରିବାର ବିରୋଧରେ ନେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 01, 2020 IST

ମୁମ୍ବାଇ ୧/୯: ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରତି ଦିନ ନୂଆ ନୂଆ ଟ୍ବିଷ୍ଟ ଆସୁଛି। ସୁଶାନ୍ତଙ୍କ ବାପା କେକେ ସିଂହ ଦ୍ବାରା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ରୁଜୁ କରାଯାଇଥିବା ମାମଲାରେ ଭିନ୍ନ ମୋଡ଼ ଆସିଥିଲା। ଏବେ କିନ୍ତୁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରି ନେଇଛନ୍ତି।

ରିୟା ଦାବି କରିଛନ୍ତି ଯେ ସୁଶାନ୍ତଙ୍କ ପରିବାରକୁ ତାଙ୍କ ଡିପ୍ରେସନ ବିଷୟରେ ଆଗରୁ ଜଣା ଥିଲା। ଏହା ସତ୍ବେ ସେମାନେ ସିବିଆଇ ଏବଂ ସୁପ୍ରିମ କୋର୍ଟକୁ ମିଥ୍ୟା ବୟାନ ଦେଇଥିଲେ। ରିୟାଙ୍କ ଓକିଲ ସତୀଶ ମାନସିନ୍ଦେ କହିଛନ୍ତି ଯେ ଔଷଧ ଲିଷ୍ଟ ଏବଂଦୁଇ ଭଉଣୀଙ୍କ ଚ୍ୟାଟରୁ ପରିଷ୍କାର ଭାବେ ଜଣା ପଡ଼ୁଛି ଯେ ସୁଶାନ୍ତଙ୍କ ପରିବାରକୂ ତାଙ୍କ ମାନସିକ ସ୍ବାସ୍ଥ୍ୟ ବିଷୟରେ ଜଣା ଥିଲା। ସେମାନେ ଔଷଧର ପ୍ରେସକ୍ରିପସନ ପରସ୍ପରକୁ ପଠାଉଥିଲେ କିନ୍ତୁ ସୁପ୍ରିମ କୋର୍ଟ ଏବଂ ଇଡିଙ୍କୁ ମିଛ କହିଥିଲେ।

ସତୀଶ ମାନସିନ୍ଦେ ଆଗକୁ କହିଥିଲେ ଯେ ସୁଶାନ୍ତଙ୍କୁ ନେଇ କନସଲଟେସନ ମଧ୍ୟ ନିଆ ଯାଇଥିଲା ଯେ ଯାହା ଅବୈଧ।

କିଛି ଦିନ ତଳେ ସୁଶାନ୍ତ ସିଂହଙ୍କ ପୂର୍ବତନ ମ୍ୟାନେଜର ଶୃତି ମୋଦି ଏବଂ ଭଉଣୀ ମିତୁ ସିଂହଙ୍କ ହ୍ବାଟସଆପ୍ ଚ୍ୟାଟ୍ ସାମନାକୁ ଆସିଥିଲା। ଯେଉଁଥିରେ ଶୃତି ସୁଶାନ୍ତଙ୍କ ସ୍ବାସ୍ଥ୍ୟ ଡାକ୍ତରଙ୍କୁ ନେଇ ମିତୁ ସିଂହଙ୍କ ସହ କଥା ହୋଇଥିଲେ। ଏହା ସହିତ ଡାକ୍ତର ଏବଂ ତାଙ୍କ ଔଷଧ ବିଷୟରେ ସୂଚନା ମାଗିଥିଲେ। ଏମାନଙ୍କର ଚାଟ୍ ୨୦୧୯ ନଭେମ୍ବର ୨୬ର।

ଶୃତି ମୋଦି ସୁଶାନ୍ତଙ୍କ ପ୍ରେସକ୍ରିପ୍ସନକୁ ମିତୁ ସିଂହଙ୍କ ସହ ସେୟାର କରିଥିଲେ। ଶୃତି ମୋଦିଙ୍କ ହ୍ବାଟସଆପ୍ ଚ୍ୟାଟ୍ ଅନୁସାରେ ସେ ମିତୁ ସିଂହଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ଡିପ୍ରେସନ,ତାଙ୍କ ଔଷଧ ଏବଂ Schizophreniaର ଚିକିତ୍ସା ବିଷୟରେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.