ରିୟାଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା: କୋର୍ଟ ବନ୍ଦ, ଅନ୍ତରୀଣ ଜାମିନ୍ ମିଳିବା ମୁସ୍‌କିଲ୍

Published By : Prameya-News7 Bureau | July 29, 2020 IST

ମୁମ୍ବାଇ ୨୯/୦୭ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବାପରେ ବିହାର ପୋଲିସର ଏକ ଟିମ ମୁମ୍ବାଇରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ପାଟଣା ସିଟି ଏସପି ବିନୟ ତିୱାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ତଦନ୍ତ ବର୍ତ୍ତମାନ ପ୍ରାଥମିକ ସ୍ଥରରେ ରହିଛି | ଏଫଆଇଆରରେ ଯେଉଁସବୁ ଘଟଣା ସମ୍ପର୍କରେ ଅଭିଯୋଗ ହୋଇଛି ସେସବୁ ଆଧାରରେ ଟିମ ଯାଞ୍ଚ କରିବ | ତେବେ ରିୟା ଚକତରବର୍ତ୍ତୀଙ୍କୁ ପୋଲିସ କେବେ ପଚରାଉଚୁରା କରିବ ତାହା ସ୍ପଷ୍ଟ କରିନି | ମୁମ୍ବାଇ ପୋଲିସ ବିହାର ପୋଲିସ ଟିମ ତଦନ୍ତରେ ସାହାଯ୍ୟ କରୁଛି | ରିୟା ଚକ୍ରବର୍ତ୍ତୀ ଜାମିନ ପାଇଁ ଆବେଦନ କରିବେ ବୋଲି ଜଣାପଡିଛି |

ପାଟଣା ହାଇକୋର୍ଟର ବରିଷ୍ଠ ଓକିଲ କହିଛନ୍ତି ଯେ ପାଟଣା ହାଇକୋର୍ଟର ୧୨୦ କର୍ମଚାର କରୋନା ସଂକ୍ରମିତ ହୋଇଛନ୍ତି | ସେଥିପାଇଁ ଅଗଷ୍ଟ ୬ ତାରିଖ ଯାଏଁ କୋର୍ଟ ଛୁଟି ଅଛି | ଜିଲ୍ଲା କୋର୍ଟ ମଧ୍ୟ ୪ ତାରିଖରେ ଖୋଲିବ | ସେଥିପାଇଁ ପାଟଣା ହାଇକୋର୍ଟରେ ରିୟା ଅଗଷ୍ଟ ୬ ତାରିଖରେ ଏବଂ ସେସନ କୋର୍ଟରେ ୪ ତାରିଖରେ ଜାମିନ ଆବେଦନ କରିପାରିବେ | ଏଭଳି ସ୍ଥିତିରେ ରିୟାଙ୍କ ପାଖରେ ଦୁଇଟି ଉପାୟ ଅଛି | କିଏ ମୁମ୍ବାଇରେ ଜାମିନ ଆବେଦନ କରିବେ ନଚେତ ସୁପ୍ରିମକୋର୍ଟ ଯାଇପାରିବେ |

ବରିଷ୍ଠ ଓକିଲ କହିଛନ୍ତି ଯେ, ରିୟା ଯଦି ପାଟଣା ହାଇକୋର୍ଟରୁ ଜାମିନ ପାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ସେସନ କୋର୍ଟରେ ଜାମିନ ଆବେଦନ କରିବାକୁ ହେବ | ଏନ୍ଟିସିପେଟ୍ରି ବେଲ ପାଇଁ ସେସନ କୋର୍ଟ ଖୋଲିଲେ ହିଁ ଆବେଦନ ହୋଇପାରିବ | ତେବେ ରିଲିଫ ପାଇଁ ସେ ମୁମ୍ବାଇରେ ଜାମିନ ଆବେଦନ ଫାଇଲ କରିପାରିବେ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.