ପରିବାର ଲୋକଙ୍କ ସହ ଘର ଛାଡ଼ି ଫେରାର ରିୟା ଚକ୍ରବର୍ତ୍ତୀ

Published By : Prameya-News7 Bureau | August 03, 2020 IST

ମୁମ୍ବାଇ ୩/୮: ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଯେବେଠାରୁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ସେବେଠାରୁ ଏହି ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ପାଇଁ ପାଟନା ପୋଲିସ୍ ମୁମ୍ବାଇରେ ଜୋରସୋର ଅଭିଯାନ ଚଳାଇଛନ୍ତି। ଏବେ ସମସ୍ତଙ୍କ ନଜର ରିୟାଙ୍କ ଉପରେ ରହିଛି। ଏବେ ଶୁଣିବାକୁ ମିଳୁଛି ଯେ ରିୟା ଏବଂ ତାଙ୍କ ପରିବାର ନିଜ ଘର ଛାଡ଼ି କେଉଁଠି ଚାଲିଯାଇଛନ୍ତି।

ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ରାତାରାତି କେଉଁଠି ଚାଲି ଯାଇଛନ୍ତି। ରିୟାଙ୍କ ବିଲଡିଂର ମ୍ୟାନେଜର କହିଛନ୍ତି ଯେ ରିୟାଙ୍କ ବାପା ମାଆ ଏବଂ ଭାଇ ଫ୍ଲାଟ୍ ଖାଲି କରି ଦେଇଛନ୍ତି ଏବଂ ସବୁ ବଡ଼ ବଡ଼ ସୁଟକେସ୍ ​​ନେଇ କେଉଁଠି ଚାଲି ଯାଇଛନ୍ତି।

ବିହାର ପୋଲିସର ଡିଜି ଏକ ସାକ୍ଷାତକାରରେ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀଙ୍କୁ ତଦନ୍ତରେ ସହଯୋଗ କରିବା ଉଚିତ୍‌ ଏବଂ ସାମନାକୁ ଆସିବା ପାଇଁ ସାହସ ରଖିବା ଉଚିତ୍। ରିୟା ସିବିଆଇ ଯାଞ୍ଚ ପାଇଁ ଦାବି କରିଥିଲେ ,ସେମାନେ ଜାଣି ନାହାନ୍ତି ଯେ ସେ କାହିଁକି ମୁମ୍ବାଇ ଏବଂ ବିହାର ପୋଲିସକୁ ଯାଞ୍ଚ କରିବାକୁ ଦେବାକୁ ଚାହୁଁଛନ୍ତି।

ସେ ମଧ୍ୟ କହିଛନ୍ତି ଯେ ଯଦି ରିୟା ନିର୍ଦୋଷ ତେବେ ତାଙ୍କୁ ସାମନାରେ ଆସି କହିବା ଦରକାର ଯେ ଯେକୌଣସି ପ୍ରକାରର ଯାଞ୍ଚ ଯେକୌଣସି ଏଜେନ୍ସି ଦ୍ବାରା କରାନ୍ତୁ। ରିୟା କାହିଁକି ଲୁଚା ଛପା ଖେଳ ଖେଳୁଛନ୍ତି। ରିୟା ଜଣେ ଅଭିଯୁକ୍ତ ତେଣୁ ପାଟନା ପୋଲିସ୍ ତାଙ୍କୁ ଖୋଜୁଛି। ଯେଉଁ ଦିନ ସେମାନେ ତାଙ୍କ ବିରୁଦ୍ଧରେ ପ୍ରମାଣ ଏକାଠି କରିବେ ସେହି ଦିନ ରିୟା ଯେକୌଣସି ସ୍ଥାନରେ ଲୁଚିଥିଲେ ମଧ୍ୟ ତାଙ୍କୁ ମାଟି ତଳୁ ଖୋଳି ବାହାର କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.