Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଜେଲରେ କଏଦୀଙ୍କୁ ଯୋଗ ଶିଖାଉ ଥିଲେ ରିୟା ଚକ୍ରବର୍ତ୍ତୀ, ଏମିତି ବିତିଲା ତାଙ୍କର ୨୮ ଦିନ

8/10/2020 at 3:38 PM

ମୁମ୍ବାଇ ୦୮/୧୦: ଜେଲରୁ ମୁକୁଳିଛନ୍ତି ରିୟା ଚକ୍ରବର୍ତ୍ତୀ । ମାତ୍ର ଡ୍ରଗ୍ସ ମାମଲାରେ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀକୁ ଜାମିନ ମିଳି ନାହିଁ। ତେବେ ରିୟାଙ୍କୁ ଡ୍ରଗ୍ସ ଲିଙ୍କରେ ସେପ୍ଟେମ୍ବର ୮ରେ ଗିରଫ କରିଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)। ସେବେଠୁ ସେ ଭାୟଖଲା ଜେଲରେ ରହିଥିଲେ। ୨୮ ଦିନ ପର୍ଯ୍ୟନ୍ତ ଜେଲରେ କଏଦୀଙ୍କ ଭଳି ତାଙ୍କର ପ୍ରତ୍ୟେକ ଦିନ ଜେଲରେ କଟିଥିଲା। ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ ଏକ ସାକ୍ଷାତକାରରେ ଏ ବାବଦରେ ଖୁଲାସା କରିଛନ୍ତି।

ରିୟାଙ୍କ ଜାମିନରେ ଖୁସି ଥିବା ସତୀଶ ରିୟାଙ୍କୁ ଜେଲରେ ଭେଟିବାକୁ ଯାଉଥିଲେ। ଜେଲରେ ରିୟାଙ୍କୁ ଅବସାଦରେ ନ ଦେଖି ସେ ଖୁସି ହୋଇଥିଲେ । କାରଣ ରିୟା ଜେଲରେ କଏଦୀଙ୍କୁ ଯୋଗ ଶିଖାଉ ଥିଲେ। ସେ ନିଜେ ଯୋଗ କରିବା ସହ ଅନ୍ୟମାନଙ୍କୁ ଯୋଗ ଟ୍ରେନିଂ ଦେଉ ଥିଲେ। କ​ରୋନା ସଂକ୍ରମଣ ଯୋଗୁ ରିୟାଙ୍କୁ ଘର ଖାଦ୍ୟ ମଧ୍ୟ ମିଳି ନ ଥିଲା। କଏଦୀ ଖାଉଥିବା ସାଦାରଣ ଖାଦ୍ୟ ରିୟା ବି ଖାଉ ଥିଲେ।

ରିୟା ଜେଲରୁ ମୁକୁଳିବା ପରେ ସତୀଶ କହିଛନ୍ତି ନ୍ୟାୟର ଜିତ ହୋଇଛି। ରିୟାଙ୍କ ଗିରଫ ଆଇନ ଅନୁସାରେ ଠିକ୍ ନ ଥିଲା । ତିନି ତଦନ୍ତ ଏଜେନ୍ସି ସିବିଆଇ, ଏନସିବି ଓ ଇଡି ଯେଉଁଭଳି ଭାବେ ରିୟାଙ୍କୁ ପିଛା କରିଛନ୍ତି ସେହି ସବୁ ଏବେ ଶେଷ ହେବା ଦରକାର। ସୂଚନାଯୋଗ୍ୟ ରିୟାଙ୍କୁ ଜାମିନ ମିଳିବା ସହ ବମ୍ବେ ହାଇକୋର୍ଟ ରିୟାଙ୍କ ପାସପୋର୍ଟ ଏନସିବି ପାଖରେ ଜମା ରଖିବାକୁ କହିଛନ୍ତି। ରିୟାଙ୍କୁ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ମାସକୁ ଥରେ ଏନସିବି ଦପ୍ତରରେ ହାଜର ହେବାକୁ ପଡ଼ିବ।

   Related Posts