Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଓକିଲ କହିଲେ- ସତ କେବେ ଲୁଚି ରହେନା

3/10/2020 at 5:32 PM

ନୂଆଦିଲ୍ଲୀ ୦୩/୧୦: ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇ ନାହିଁ ବରଂ ସେ ଆତ୍ମହତ୍ୟା କରିଛନ୍ତି। ଆଜି ଏମ୍ସର ରିପୋର୍ଟରୁ ଏ ଘଟଣାର ପର୍ଦାଫାଶ ହୋଇଛି। ତେବେ ଏ ରିପୋର୍ଟ ଆସିବା ପରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କ ଓକିଲ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଓକିଲ ସତୀଶ ମାନସିନ୍ଧେ କହିଛନ୍ତି କୌଣସି ପରିସ୍ଥିତିରେ ସତକୁ ବଦଳାଇ ହୁଏ ନାହିଁ। ସେ ସୁଶାନ୍ତ ମୃତ୍ୟୁ ମାମଲାରେ ଏମ୍ସ ଟିମ ଡାକ୍ତରଙ୍କ ଷ୍ଟେଟମେଣ୍ଟ ଦେଖିଛନ୍ତି। ତେବେ ଆନୁଷ୍ଠାନିକ କାଗଜ ପତ୍ର ଏମ୍ସ ଓ ସିବିଆଇ ପାଖରେ ଅଛି। ତେବେ ସିବିଆଇ ବୟାନ ଅପେକ୍ଷାରେ ସମସ୍ତେ ଅଛନ୍ତି। ଅର୍ଥାତ ସୁଶାନ୍ତ ମୃତ୍ୟୁ ମାମଲାରେ ଶେଷ ରାୟ ସିବିଆଇ ଦେବ।

ସତୀଶ କହିଛନ୍ତି ରିୟାଙ୍କ ତରଫରୁ ସବୁବେଳେ କହି ଆସିଛନ୍ତି ସତ୍ୟମେବ ଜୟତେ। ସତକୁ କେହି ଲୁଚାଇ ଦେଇପାରିବେ ନାହିଁ। ତେବେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେତେପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସୂଚନା ନ ମିଳିଛି ସତୀଶଙ୍କୁ ଏଭଳି ଟିପ୍ପଣୀ ଦେବା ଠିକ୍ ନୁହେଁ। ତେବେ ଏତିକି ଦାବି କରିଛନ୍ତି ସିବିଆଇକୁ ଯାହା ବି କିଛି ଦାୟିତ୍ବ ତୁଲାଇବାକୁ ଦିଆଯାଇଛି ତାର ସତ ଜଲଦି ସାମ୍ନାକୁ ଆଣନ୍ତୁ।

   Related Posts