ରିୟା ଚକ୍ରବର୍ତ୍ତୀଙ୍କୁ ଲଗାତାର ଦ୍ବିତୀୟ ଦିନ ପଚରାଉଚୁରା ଜାରି : ପିଠାନୀ, ନୀରଜ,କେଶବ ମଧ୍ୟ ଡିଆରଡିଓ ଗେଷ୍ଟ ହାଉସରେ ହାଜର

Published By : Prameya-News7 Bureau | August 29, 2020 IST

ମୁମ୍ବାଇ ୨୯/୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆଜି ନବମ ଦିନ। ରିୟା ଚକ୍ରବର୍ତ୍ତୀ ପୋଲିସ କର୍ମୀଙ୍କ ସୁରକ୍ଷାରେ ଡିଆରଡିଓ ଅଫିସ୍ ପହଞ୍ଚିଛନ୍ତି। ସିବିଆଇ ଏଠାରେ ତାଙ୍କୁ ପଚରାଉଚରା କରୁଛି।

ସୂଚନା ଅନୁଯାୟୀ ରିୟାଙ୍କୁ ସିଦ୍ଧାର୍ଥ ପିଠାନୀ, ନୀରଜ ସିଂହ ଏବଂ କେଶବ ବଚନେରଙ୍କ ସାମନାରେ ବସାଇ ପ୍ରଶ୍ନ ପଚରାଯାଇପାରେ। ଏହି ୩ଜଣ ଡିଆରଡିଓ ଗେଷ୍ଟ ହାଉସ୍ ପହଞ୍ଚି ସାରିଛନ୍ତି। ମୁମ୍ବାଇ ପୋଲିସର ୩ଜଣ ଅଫିସର ମଧ୍ୟ ସିବିଆଇ ପାଖରେ ପହଞ୍ଚିଛନ୍ତି। ସେପଟେ ,ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟୋଲ୍ ବ୍ୟୁରୋ ମଧ୍ୟ ଆଜି ରିୟାଙ୍କୁ ପଚରାଉଚରା ପାଇଁ ସମନ ପଠାଇ ପାରେ। ଏନସିବି ମୁମ୍ବାଇ​‌ରେ ୨ଜଣ ଡ୍ରଗ୍ସ ଚାଲାଣକାରୀଙ୍କୁ ଗିରଫ କରିଛି।

ଏହା ପୂର୍ବରୁ ଶୁକ୍ରବାର ସିବିଆଇ ରିୟାଙ୍କୁ ୧୦ଘଣ୍ଟା ପଚରାଉଚରା କରିଥିଲା। ରିୟା ସକାଳ ୧୧ଟାରେ ଡିଆରଡିଓ ଗେଷ୍ଟ ହାଉସ୍ ପହଞ୍ଚିଥିଲେ ଏବଂ ରାତି ୯ଟାରେ ସେଠାରୁ ବାହାରିଥିଲେ। ଏହା ପରେ ସାନ୍ତାକୃଜ ପୋଲିସ୍ ଷ୍ଟେସନ ପହଞ୍ଚିଥିଲେ। ସେ ନିଜ ସୋସାଇଟିରେ କେତେକ ସାମ୍ବାଦିକଙ୍କ ବିରୋଧରେ ବିକ୍ଷୋଭ କରିବାର ଅଭିଯୋଗ କରିଥିଲେ। ପରେ ପୋଲିସ୍ ଟିମ୍ ତାଙ୍କୁ ଘର ଯାଏଁ ଛାଡ଼ିବାକୁ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.