Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରିୟା ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଖୋଲାଖୋଲି ଧମକ୍, ସାଇବର୍ କ୍ରାଇମ୍ ସେଲ୍‌କୁ ମାଗିଲେ ସାହାଯ୍ୟ

16/07/2020 at 1:31 PM

ମୁମ୍ବାଇ ୧୬/୦୭ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ସୋସିଆଲ ମିଡ଼ିଆରେ ଲୋକେ ଟାର୍ଗେଟ କରିଛନ୍ତି | ସୁଶାନ୍ତଙ୍କ ମୃତ୍ୟୁକୁ ମାସେ ହେବାରୁ ସେ ସୋସିଆଲ ମିଡ଼ିଆରେ ଏକ ଭାବାତ୍ମକ ପୋଷ୍ଟ ସେୟାର କରିଥିଲେ | ଏହାପରେ ମଧ୍ୟ ଟ୍ରୋଲର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି | ନିକଟରେ ରିୟାଙ୍କୁ ସୋସିଆଲ ମିଡ଼ିଆରେ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ ମିଳିଛି | ଏହାପରେ ସେ ସାଇବର କ୍ରାଇମ ସେଲରେ ଅଭିଯୋଗ କରି ସାହାଯ୍ୟ ମାଗିଛନ୍ତି |

ରିୟା ଚକ୍ରବର୍ତ୍ତୀ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି | ପୋଷ୍ଟରେ ସେ ଏକ କମେଣ୍ଟ ଦେଖାଇଛନ୍ତି | ଏହି କମେଣ୍ଟରେ ତାଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି | ପୋଷ୍ଟ ସେୟାର କରି ରିୟା କହିଛନ୍ତି, ମୋ ଉପରେ ନାନା ଆରୋପ ଲଗାଯାଇଛି କିନ୍ତୁ ମୁଁ ତଥାପି ଚୁପ ରହିଲି…ମୋତେ ହତ୍ୟାକାରୀ ବୋଲି କୁହାଗଲା, ମୁଁ ଚୁପ ରହିଲି…’

ଧମକ ଦେଇଥିବା @mannu_raaut କୁ ଟାର୍ଗେଟ କରି ରିୟା କହିଛନ୍ତି ଯେ ମୋର ଚୁପ ରହିବାରୁ ଆପଣଙ୍କୁ ଏହା କହିବାର ଅଧିକାର କିଏ ଦେଲା ଯେ ଯଦି ମୁଁ ଆତ୍ମହତ୍ୟା ନ କରେ ତାହେଲେ ମୋତେ ରିପ ଓ ମର୍ଡର କରିଦିଆଯିବ | ଆଗକୁ ସେ ଆହୁରି କହିଛନ୍ତି, ‘ଆପଣ ଯାହା କହିଛନ୍ତି ତାହା କେତେ ଗମ୍ଭୀର ମାମଲା ଆପଣ ଜାଣିଛନ୍ତି ? ଏହା ଅପରାଧ |’

ମାମଲାରେ ସେ ସାଇବର କ୍ରାଇମ ସେଲକୁ ସାହାଯ୍ୟ ମାଗି ଏହି ମାମଲାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି |

   Related Posts