Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ED ଅଫିସ୍ ପାଇଁ ବାହାରିଲେ ରିୟା : ମନି ଲଣ୍ଡ୍ରିଂ ମାମଲା‌ରେ ପୁଣି ଥରେ ହେବ ପଚରାଉଚୁରା

10/08/2020 at 10:15 AM

ମୁମ୍ବାଇ ୧୦/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପିଛା ଛାଡ଼ୁନାହିଁ। ଅଗଷ୍ଟ ୭ତାରିଖରେ ଇଡି ରିୟାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ୮ଘଣ୍ଟା ଯାଏଁ ପଚରାଉଚୁରା କରିଥିଲା। କୁହାଯାଇଥିଲା ଯେ ଇଡି ରିୟାଙ୍କ ଜବାବରେ ସନ୍ତୁଷ୍ଟ ନାହାନ୍ତି। ଯାହା ପରେ ଇଡି ରିୟାଙ୍କୁ ପୁଣି ଥରେ ସମନ ପଠାଇଛି। ଆଜି ରିୟାଙ୍କୁ ଇଡି ପୁଣି ଥରେ ପଚରାଉଚୁରା କରିବ। ରିୟା ନିଜ ଘରୁ ଇଡି ଅଫିସ୍ ପାଇଁ ବାହାରି ସାରିଛନ୍ତି।

ଆଜି ରିୟା ସମେତ ୪ଜଣଙ୍କୁ ଇଡି ପଚରାଉଚୁରା କରିବ। ଏଥିରେ ରିୟାଙ୍କ ଭାଇ,ବାପା ଏବଂ ବିଜନେସ୍ ମ୍ୟାନେଜର ଶୃତି ମୋଦିଙ୍କ ନାଁ ସାମିଲ ରହିଛି। ସିଦ୍ଧାର୍ଥ ପିଠାନୀଙ୍କୁ ମଧ୍ୟ ଆଜି ପଚରାଉଚୁରା ହୋଇପାରେ।

ସୂଚନା ଅନୁଯାୟୀ,ପ୍ରଥମ ହାଜିରାରେ ରିୟା ଇଡିର ପ୍ରଶ୍ନର ଠିକଭାବେ ଉତ୍ତର ଦେଇ ପାରିନଥିଲେ। ଇଡି ରିୟାଙ୍କୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନ,ଖର୍ଚ୍ଚ,ସୋର୍ସ ଅଫ ଇନକମକୁ ନେଇ ଯାହା ସବୁ ପ୍ରଶ୍ନ ପଚାରିଥିଲା ରିୟା କିଛିର ଯଥାର୍ଥ ଉତ୍ତର ଦେଇ ପାରିନଥିଲେ। ନିଜ ଖର୍ଚ୍ଚକୁ ନେଇ ରିୟା କୌଣସି ଦସ୍ତାବିଜ କିମ୍ବା ପ୍ରମାଣ ଇଡି ସାମନାରେ ରଖି ପାରିନଥିଲେ। ଇଡି ରିୟାଙ୍କୁ ଅନେକ କଡ଼ା ପ୍ରଶ୍ନ ପଚାରିଥିଲା।

   Related Posts