ଦୀର୍ଘ ୩ ମାସ ପରେ ରିୟାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍

Published By : Prameya-News7 Bureau | December 02, 2020 IST

ମୁମ୍ବାଇ ୦୨/୧୨ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ଏନ୍‌ଡିପିଏସ୍ କୋର୍ଟରୁ ଜାମିନ୍ ମିଳିଯାଇଛି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଏଙ୍ଗଲରୁ ଯାଞ୍ଚ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା।

{"id":371392,"sizeSlug":"large"}

ମଙ୍ଗଳବାର ଦିନ ଡ୍ରଗ୍ସ ମାମଲାର ଶୁଣାଣି ପରେ ମୁମ୍ବାଇ ସ୍ଥିତ ସ୍ପେଶାଲ NDPS କୋର୍ଟ ଶୌଭିକଙ୍କ ଜାମିନ ମଂଜୁର କରିଥିଲେ। ଶୌଭିକଙ୍କ ଉପରେ ସୁଶାନ୍ତ ଓ ଅନ୍ୟମାନଙ୍କ ସହ ଡ୍ରଗ୍ସ କାରବାର ଓ ସେବନ ଆରୋପ ରହିଛି। ପାଖାପାଖି ୨ ମାସ ପୂର୍ବରୁ ବମ୍ବେ ହାଇକୋର୍ଟ ଶୌଭିକଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ।

{"id":371393,"sizeSlug":"large"}

୨୪ ବର୍ଷୀୟ ଶୌଭିକଙ୍କୁ ସେପ୍ଟେମ୍ବର ୪ ତାରିଖରେ ଏନସିବି ଗିରଫ କରିଥିଲା। ସେତେବେଳେ ବମ୍ବେ ହାଇକୋର୍ଟ ଓ ସ୍ପେଶାଲ କୋର୍ଟ ତାଙ୍କର ଜାମିନ୍ ଆବେଦନ ଖାରଜ କରିଦେଇଥିଲେ। ସେ ଡ୍ରଗ୍ସ ଡିଲରଙ୍କ ସମ୍ପର୍କରେ ଥିବା ସାମ୍ନାକୁ ଆସିଥିଲା। ଏହସାହ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେବାକୁ ମଧ୍ୟ ସେ ଡ୍ରଗ୍ସ କିଣିଥିବା ଜଣାପଡିଥିଲା। ଡ୍ରଗ୍ସ ମାମଲାରେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରିଥିଲା। ଅକ୍ଟୋବର ୭ରେ ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ଜାମିନ ମିଳିଯାଇଥିଲା। ରିୟା ପାଖାପାଖି ୨୮ ଦିନ ଜେଲରେ ରହିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.