ରିୟାଙ୍କ ଜାମିନ୍ ଆବେଦନ ଉପରେ ଆସନ୍ତାକାଲି ହେବ ଶୁଣାଣି: ରିୟାଙ୍କ ଅଭିଯୋଗ, 'ଦୋଷ ସ୍ୱୀକାର କରିବାକୁ ଏନ୍‌ସିବି ବାଧ୍ୟ କରିଥିଲା'

Published By : Prameya-News7 Bureau | September 10, 2020 IST

ମୁମ୍ବାଇ ୧୦/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗିରଫ କରିବା ପରେ ସେ ଜେଲରେ ଅଛନ୍ତି | ସେ ସେସନ କୋର୍ଟରେ ଜାମିନ ପାଇଁ ଆବେଶନ କରିଥିଲେ | ରିୟାଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ | ଲଗାତାର ୩ ଦିନ ଜେରା କରିବା ପରେ ରିୟାଙ୍କୁ ମଙ୍ଗଳବାର ଦିନ ଏନସିବି ଗିରଫ କରିଥିଲା | ଏହା ପୂର୍ବରୁ ଏନସିବି ରିୟାଙ୍କ ଭାଇ ଷୌଭିକ ଚକ୍ରବର୍ତୀଙ୍କୁ ଗିରଫ କରିଥିଲା |

{"id":327696,"sizeSlug":"large"}

ଗୁରୁବାର ଦିନ ଶୁଣାଣି ସମୟରେ ଏନସିବି ଓକିଲ ଦଲିଲ ଦେଇଛନ୍ତି ଯେ ରିୟାଙ୍କୁ ବର୍ତ୍ତମାନ ଜାମିନ ଦେବା ଉଚିତ ନୁହେଁ କାରଣ ଏବେ ମଧ୍ୟ ଏହି ମାମଲାର ତଦନ୍ତ ଜାରି ରହିଛି | ରିୟାଙ୍କ ବୟାନ ଆଧାରରେ ଏନସିବି ଆଗକୁ ତଦନ୍ତ କରୁଛି | ରିୟା ଏକ ବଡ ଡ୍ରଗ୍ସ ରାକେଟର ଅଂଶ ବୋଲି ସେ କହିଛନ୍ତି |

{"id":327694,"sizeSlug":"large"}

ନିଜ ଜାମିନ ଆବେଦନରେ ରିୟା ଆରୋପ ଲଗାଇଛନ୍ତି ଯେ ଏନସିବି ଦୋଷ ସ୍ୱୀକାର କରିବାକୁ ତାଙ୍କୁ ବାଧ୍ୟ କରିଥିଲା | ସେସନ କୋର୍ଟରେ ସେ ଦାବି କରିଛନ୍ତି ଯେ ସେ କୌଣସି ଅପରାଧ କରିନାହାନ୍ତି | ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି | ଆବେଦନରେ ରିୟା କହିଛନ୍ତି ଯେ ତାଙ୍କୁ ବିନା କାରଣରେ ଗିରଫ କରାଯାଇଛି | ଏପରିକି ତାଙ୍କୁ ଜେରା କରିବା ସମୟରେ ସେଠାରେ କୌଣସି ମହିଳା ଅଧିକାରୀ ଉପସ୍ଥିତ ନଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.