ରିୟା ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଖାରଜ
11/09/2020 at 11:44 AM

ମୁମ୍ବାଇ ୧୧/୦୯ : ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି | ମୁମ୍ବାଇ ସେସନ କୋର୍ଟ ରିୟା ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ସମେତ ସମସ୍ତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି | ବର୍ତ୍ତମାନ ରିୟାଙ୍କୁ ଜେଲରେ ରହିବାକୁ ହେବ | ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀ ଗିରଫ ବିରୋଧରେ ମୁମ୍ବାଇ ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ |
ଏନସିବିକୁ ଦେଇଥିବା ବୟାନରେ ଷୌଭିକ କହିଥିଲେ ଯେ ସୁଶାନ୍ତ ସିଂହଙ୍କ ପାଇଁ ଅନେକଥର ଡ୍ରଗ୍ସ ଆଣିଥିଲେ | ତେବେ ଡ୍ରଗ୍ସର ପେମେଣ୍ଟ ତାଙ୍କ ଭଉଣୀ କରୁଥିଲେ ବୋଲି ସେ ବୟାନ ଦେଇଥିଲେ | ରିୟା ସୁଶାନ୍ତଙ୍କ କ୍ରେଡିଟ କାର୍ଡରୁ ପେମେଣ୍ଟ କରୁଥିଲେ ବୋଲି ଷୌଭିକ କହିଥିଲେ |
ରିୟାଙ୍କ ସହ ଷୌଭିକ, ସାମୁଏଲ ମୀରାଣ୍ଡା, ଡିପିଏସ ସାୱନ୍ତ, ଜୌଦ ବିଲାତ୍ରା ଓ ଅବଦୁଲ ବାସିତ ପରିହାରଙ୍କୁ ମଧ୍ୟ ଜାମିନ ମିଳିନାହିଁ | ମୁମ୍ବାଇ ସେସନ କୋର୍ଟ ସମସ୍ତ ୬ଜଣଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି |