ମୁମ୍ବାଇ ୭/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ବୟାନ ରୁଜୁ କରିବା ପାଇଁ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଆଜି ମୁମ୍ବାଇ ସ୍ଥିତ ଇଡି ଅଫିସ୍ ପହଞ୍ଚିଛନ୍ତି। ଏଠାରେ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରିବ ଏବଂ ନେଣଦେଣ କଥା ମଧ୍ୟ ପଚାରିବ।
wp:core-embed/twitter {"url":"https://twitter.com/ANI/status/1291622047907364866","type":"rich","providerNameSlug":"twitter","className":""} /wp:core-embed/twitterଏହା ପୂର୍ବରୁ ରିୟା ପ୍ରବର୍ତ୍ତନ ନିର୍ଦେଶାଳୟର ପ୍ରଶ୍ନର ସମ୍ମୁଖୀନ ହେବାରୁ ବର୍ତ୍ତିବା ପାଇଁ ସୁପ୍ରିମ କୋର୍ଟଙ୍କ ଶୁଣାଣି ଯାଏଁ ସମୟ ମାଗିଥିଲେ। ତାଙ୍କ ଓକିଲ ସତୀଷ ମାନେଶିନ୍ଦେ କହିଥିଲେ ଯେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତି ଅନୁରୋଧ କରୁଛନ୍ତି ଯେ ପ୍ରବର୍ତ୍ତନ ନିର୍ଦେଶାଳୟ ସମ୍ମୁଖରେ ତାଙ୍କ ବୟାନର ରେକର୍ଡ଼ିଂ ସୁପ୍ରିମ କୋର୍ଟର ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ।
{"id":311000,"sizeSlug":"large"}ସୁଶାନ୍ତଙ୍କ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଗଷ୍ଟ ୭ତାରିଖରେ ପଚରାଉଚୁରା ପାଇଁ ମୁମ୍ବାଇରେ ହାଜର ହେବାକୁ ନୋଟିସ୍ ପଠାଇଥିଲା। ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆର୍ଥିକ ଦିଗରୁ ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟର ଟିମ୍ ରିୟାଙ୍କ ସମ୍ପତ୍ତିର ଖୋଳତାଡ଼ କରୁଛି।
{"id":311003,"width":586,"height":440,"sizeSlug":"large"}