ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ହେବ ନା ବେଲ୍ ମିଳିବ ? ଆଉ କିଛି ସମୟ ପରେ ନିଷ୍ପତ୍ତି ଶୁଣାଇବେ କୋର୍ଟ

Published By : Prameya-News7 Bureau | September 08, 2020 IST

ମୁମ୍ବାଇ ୦୯।୦୮: ବଲିଉଡ ଅଭିନେତ୍ରୀ ତଥା ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ମଙ୍ଗଳବାର ଗିରଫ କରିଛି। ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଡ୍ରଗ୍ସ ନେବା ସମେତ ଅନେକ ଗୁରୁତର ଅଭିଯୋଗ ଲାଗିଥିଲା। ଏହି ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟାଙ୍କୁ ଲଗାତାର ଜେରା କରିଥିଲା। ରିୟାଙ୍କ ଗିରଫଦାରୀ ପରେ ଏବେ ତାଙ୍କର ମେଡିକାଲ ପରୀକ୍ଷା ଏବଂ କରୋନା ପରୀକ୍ଷଣ କରାଯାଉଛି। ସୂଚନା ଅନୁଯାୟୀ ରିୟାଙ୍କୁ ଆଜି ରାତି ୭ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ। ପୂରା ତିନି ଦିନର ଜେରା ପରେ ଏନସିବି ରିୟାଙ୍କୁ ରିମାଣ୍ଡରେ ନନେବାର ସମ୍ଭାବନା ରହିଛି।

ଏନସିବିକୁ  ଲାଗୁଛି ଯେ ଗତ ତିନି ଦିନରେ ଯେଉଁ ସୂଚନା ରିୟା ଦେଇଛନ୍ତି ତାହା ପର୍ଯ୍ୟାପ୍ତ। ଏଥିପାଇଁ ଆଗାମୀ ଜେରାର କୌଣସି ଆବଶ୍ୟକତା ନାହିଁ। ଏନସିବିର ଏହି କାର୍ଯ୍ୟାନୁଷ୍ଠାନ ପରେ କୋର୍ଟ ନିଜ ପକ୍ଷରୁ ସ୍ଥିର କରିବେ ଯେ ରିୟାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ ନା ତାଙ୍କ ଓକିଲ ସତୀଶ ମାନସିନ୍ଦେ ଜାମିନ ପାଇଁ ଆବେଦନ କଲେ ରିୟାଙ୍କୁ ଜାମିନ ଦିଆଯିବ।

ଏନସିବି ସାମ୍ବାଦିକ ସମ୍ମିଳନୀରେ କହିଛି ରିୟାଙ୍କ ଦ୍ଵାରା ଦିଆଯାଇଥିବା ଉତ୍ତରରେ ଏଜେନ୍ସି ସନ୍ତୁଷ୍ଟ। ଏନସିବିର ଉପ ନିର୍ଦ୍ଦେଶକ ଏମ ଏ ଜୈନ କହିଛନ୍ତି ଆମେ ଜେରା ସମୟରେ ରିୟାଙ୍କ ଦ୍ଵାରା ଦିଆଯାଇଥିବା ଉତ୍ତରରେ ସନ୍ତୁଷ୍ଟ। ଯଦି ରିୟାଙ୍କ ଓକିଲ ଜାମିନ ଦାବି କରିବେ ତେବେ ଜାମିନକୁ ବିରୋଧ କରିବୁ। ଆମେ ବିଚାର ବିଭାଗୀୟ ହାଜତ ଦାବି କରିବୁ। ଜୈନ କହିଛନ୍ତି ରିୟାଙ୍କୁ ନ୍ୟାୟିକ ହେପାଜତରେ ନେବାକୁ କୋର୍ଟରେ ଦାବି କରିବେ।

ରିୟାଙ୍କୁ ଏନସିବି ପ୍ରଥମ ଦିନରେ ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିଲା। ଦ୍ଵିତୀୟ ଦିନ ପ୍ରାୟ ୮ ଘଣ୍ଟା ଏବଂ ତୃତୀୟ ଦିନ ୩ ଘଣ୍ଟା ପର୍ଯ୍ୟନ୍ତ ଏନସିବି ରିୟାଙ୍କୁ ଜେରା କରିଥିଲା। ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଏ ପର୍ଯ୍ୟନ୍ତ ଏହା ସବୁଠୁ ବଡ ଗିରଫଦାରୀ। କିନ୍ତୁ ଏହି ଗିରଫଦାରୀ ଡ୍ରଗ୍ସ ମାମଲାରେ ହୋଇଛି। କିନ୍ତୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର କାରଣ ଏବେ ମଧ୍ୟ ରହସ୍ୟଘେରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.