ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଗିରଫ, ଡ୍ରଗ୍ସ ମାମଲାରେ ୩ ଦିନ ଧରି ଜେରା କରୁଥିଲା NCB

Published By : Prameya-News7 Bureau | September 08, 2020 IST

ମୁମ୍ବାଇ ୦୮/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରେ ଏନସିବି ମଙ୍ଗଳବାର ଦିନ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି | ଲଗାତାର ୩ ଦିନ ଧରି ଜେରା କରିବା ପରେ ଏନସିବି ରିୟାଙ୍କୁ ଗିରଫ କରିଛି | ଏନସିବି ରବିବାର ଦିନ ରିୟାଙ୍କୁ ୬ ଘଣ୍ଟା ଏବଂ ସୋମବାର ଦିନ ୮ ଘଣ୍ଟା ଜେରା କରିଥିଲା | ଏନସିବି ରିୟାଙ୍କ ସାନ ଭାଇ ଷୌଭିକ ଚକ୍ରବର୍ତୀ, ରାଜପୁତ ହାଉସ ମ୍ୟାନେଜର ସାମୁଏଲ ମୀରାଣ୍ଡ ଓ ସୁଶାନ୍ତଙ୍କ ଜଣେ ବ୍ୟକ୍ତିଗତ ଷ୍ଟାଫ ଡିପିଏସ ସାୱନ୍ତଙ୍କୁ ଆମ୍ନାସାମ୍ନା କରିଥିଲା |

ସୂଚନାଯୋଗ୍ୟ ଯେ, ଏଜେନ୍ସିକୁ ମୋବାଇଲ ଚାଟ ରେକର୍ଡ ଓ ଅନ୍ୟ ଇଲେକ୍ଟ୍ରୋନିକ ଡାଟା ମିଳିଥିଲା ଯେଉଁଥିରେ ପ୍ରତିବନ୍ଧିତ ମାଦକ ଦ୍ରବ୍ୟ କିଣାକିଣିରେ ଏମାନଙ୍କ ହାତ ଥିବା ସାମ୍ନାକୁ ଆସିଥିଲା | ଗତ କିଛି ଦିନ ଧରି ଲଗାତାର ଯାଞ୍ଚ ପରେ ଏନସିବି ଏହି ୩ ଜଣଙ୍କୁ ଗିରଫ କରିଥିଲା |

ଏହା ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ ଓ ସିବିଆଇ ମଧ୍ୟ ରିୟାଙ୍କୁ ପଚରାଉଚୁରା କରିଥିଲା | ରିୟା କିଛି ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ନିଜେ କେବେ କୌଣସି ମାଦକ ଦ୍ରବ୍ୟ ସେବନ କରିନାହାନ୍ତି | କିନ୍ତୁ ସୁଶାନ୍ତ ମାଦକ ଦ୍ରବ୍ୟ ସେବନ କରୁଥିବା ସେ ଜୋର କରି କହିଥିଲେ |

{"id":326836,"sizeSlug":"large"}

ସୂତ୍ର ଅନୁଯାୟୀ, ମଙ୍ଗଳବାର ଦିନ ରିୟା ସ୍ୱୀକାର କରିଥିଲେ ଯେ ସେ ଡ୍ରଗ୍ସ ସେବନ କରୁଥିଲେ | ଏଜେନ୍ସି ଅଞ୍ଜୁ କେଶୱାନି ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି | କୈଜନ ଇବ୍ରାହିମଙ୍କୁ ପଚରାଉଚୁରା ସମୟରେ ଅଞ୍ଜୁ କେଶବନିଙ୍କ ନାଁ ସାମ୍ନାକୁ ଆସିଥିଲା | ତାଙ୍କୁ ଆଗରୁ ଗିରଫ କରାଯାଇଥିଲା | ରବିବାର ଦିନ କେଶୱାନିଙ୍କ ଅନେକ ଠିକଣାରେ ଚଢ଼ାଉ କରି କିଛି ମାଦକ ଦ୍ରବ୍ୟ ଓ ନଗଦ ଟଙ୍କା ଜବତ କରିଥିଲା | 

ଏନସିବି ଏହି ମାମଲାରେ ଏବେ ସୁଦ୍ଧା ୯ ଜଣଙ୍କୁ ଗିରଫ କରିଛି | ଏମାନଙ୍କ ମଧ୍ୟରୁ ୭ଜଣ ତଦନ୍ତ ସହ ସିଧାସଳଖ ଜଡିତ ଥିବାବେଳେ ଅନ୍ୟ ୨ ଜଣ ଏନ୍ଡ଼ିପିଏସ ଆଇନ ଧାରା ଅନୁଯାୟୀ ତଦନ୍ତ ଆରମ୍ଭ ହେବାପରେ ଗିରଫ ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.