ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି ରିୟା-ଶୋଭିକ୍, ପଦାକୁ ଆସିଲା ଡ୍ରଗ୍ସ ମାଫିଆଙ୍କ ସହ ସଂପର୍କ
2/09/2020 at 12:27 PM

ମୁମ୍ବାଇ ୨।୯: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ଏହି ମାମଲାରେ ନାର୍କୋଟିକ୍ସ ବ୍ୟୁରୋ ଏହି ମାମଲାରେ ସୋମବାର ଦିନ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ଜଣଙ୍କୁ ଗିରଫ କରିଛି । ଏମାନଙ୍କୁ ପଚରାଉଚରା ବେଳେ ନାର୍କୋଟିକ୍ସ ବ୍ୟୁରୋ ଏମାନଙ୍କ ସହ ରିୟା ଚକ୍ରବର୍ତ୍ତୀ ଏବଂ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ସିଧାସଳଖ ସଂପର୍କ ଥିବା ଜାଣିବାକୁ ପାଇଛି ।
ଏପର୍ଯ୍ୟନ୍ତ ନାର୍କୋଟିକ୍ସ ବ୍ୟୁରୋ ଗିରଫ ଦୁଇ ଜଣଙ୍କ ନାଁ ପ୍ରକାଶ କରିନାହିଁ । ନାର୍କୋଟିକ୍ସ ବ୍ୟୁରୋ ଏହି ମାମଲାରେ ଏମାନଙ୍କୁ ଆହୁରି ପଚରାଉଚରା କରିବ । ଯଦି ରିୟା ଚକ୍ରବର୍ତ୍ତୀ ଏବଂ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ମିଳେ ତେବେ ଉଭୟଙ୍କୁ ଗିରଫ କରାଯାଇପାରେ ।
ଏକ ନ୍ୟୁଜ୍ ଚ୍ୟାନେଲ ଅନୁସାରେ ନାର୍କୋଟିକ୍ସ ବ୍ୟୁରୋ ସହ ଜଡିତ ଥିବା ଲୋକଙ୍କ କହିବା ଅନୁସାରେ ଯେଉଁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ସେମାନଙ୍କର ରିୟା ଚକ୍ରବର୍ତ୍ତୀ ଏବଂ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ସହ ସିଧାସଳଖ ସଂପର୍କ ରହିଛି । ନାର୍କୋଟିକ୍ସ ବ୍ୟୁରୋ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଉପଯୁକ୍ତ ପ୍ରମାଣ ଏକାଠି କରିବାକୁ ଚାହୁଁଛି । କାରଣ ଗିରଫ ହେବା ପରେ ରିୟା ଏବଂ ଶୋଭିକ୍ ଙ୍କୁ ଜାମିନ୍ ମିଳିନଯାଉ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆହୁରି ପଚରାଉଚରା କରାଯିବ ।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବଲିଉଡର ବଡ ବଡ ଲୋକଙ୍କର ମଧ୍ୟ ନାଁ ନେଇଛନ୍ତି । ନାର୍କୋଟିକ୍ସ ବ୍ୟୁରୋ ଏମାନଙ୍କୁ ନାଁ ଖୁବ୍ ଶୀଘ୍ର ସ୍ପଷ୍ଟ କରିପାରେ । ସମସ୍ତଙ୍କୁ ସମନ ମଧ୍ୟ ପଠାଇପାରେ । ଦୁଇ ଅଭିଯୁକ୍ତ କହିଛନ୍ତି ଯେ, ବାନ୍ଦ୍ରା, ଜୁହୁ, ଲୋଖଣ୍ଡଓ୍ବାଲା ଅଞ୍ଚଳରେ ହେଉଥିବା ବଲିଉଡ୍ ପାର୍ଟିକୁ ସେମାନେ ଡ୍ରଗ୍ସ ନେଇ ଯାଆନ୍ତି ।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବା ବେଳେ ଇଡିକୁ ରିୟା ଚକ୍ରବର୍ତ୍ତୀଙ୍କ ହ୍ବାଟସଆପ୍ ଚାଟ୍ ରୁ ମିଳିଥିବା ତଥ୍ୟ ଅନୁସାରେ ସେ ଡ୍ରଗ୍ସର ବ୍ୟବହାର ଏବଂ ଡିଲିଂ ମଧ୍ୟ କରୁଥିଲେ । ରିୟାଙ୍କ ହ୍ବାଟସଆପ ଚାଟ୍ ର ତଥ୍ୟ ସୁଶାନ୍ସ ସିଂ ରାଜପୁତଙ୍କ ମାମଲାର ଯାଞ୍ଚ କରୁଥିବା ସିବିଆଇ ଏବଂ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ ବ୍ୟୁରୋକୁ ଇଡି ପ୍ରଦାନ କରିଛି ।