ପ୍ରଥମ ଥର ପାଇଁ ଭୋଟ ଦେଲେ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରୋହନ ରାଜୀବ ଭଦ୍ରା

Published By : Prameya-News7 Bureau | February 08, 2020 IST

ନୂଆଦଲ୍ଲୀ ୦୮।୦୨ - ଦିଲ୍ଲୀ ବିଧାନ ସଭା ଆସନ ପାଇଁ ଶନିବାରରେ ମତଦାନ ଅନୁଷ୍ଠିତ ହେଉଛି। କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ନିଜ ପତି ରବର୍ଟ ଭଦ୍ରା ଓ ପୁଅ ରୋହନ ରାଜୀବ ଭଦ୍ରାଙ୍କ ସହ ଯାଇ ମତଦାନ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରୋହନ ଭଦ୍ରା ପ୍ରଥମ ଥର ପାଇଁ ମତଦାନ କରିଛନ୍ତି । ଦିଲ୍ଲୀର ଲୋଧୀ ଇଷ୍ଟେଟ ମତଦାନ କେନ୍ଦ୍ରରେ ସେ ମତଦାନ କରିଛନ୍ତି । ଭୋଟ ଦେବାପରେ ସେ ବେଶ୍‌ ଖୁସୀ ଥିବା କଥା ପ୍ରକାଶ କରିଛନ୍ତି । ଦିଲ୍ଲୀ ଦୁନିଆଁରେ ଶ୍ରେଷ୍ଠ ମହା ନଗର ବନୁ ବୋଲି ସେ କହିଛନ୍ତି । ଲୋଧି ଇଷ୍ଟେଟ ୧୧୪ ଓ ୧୧୬ରେ ପ୍ରିୟଙ୍କା ଓ ତାଙ୍କ ପରିବାର ଲୋକ ମତଦାନ କରିଛନ୍ତି ।

{"id":221918,"sizeSlug":"large"}

ଶନିବାରରେ ଦିଲ୍ଲୀରେ ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି । ରୋହନ ରାଜୀବ ଭଦ୍ରା ମତଦେବା ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସେ ବେଶ୍‌ ଖୁସୀ ଅନୁଭବ କରୁଥିବା କଥା କହିଛନ୍ତି । ସମସ୍ତଙ୍କୁ ସରକାରୀ ପରିବହନ ସୁବିଧା ଓ ଛାତ୍ରମାନଙ୍କୁ ଏଥିରୁ ସବସିଡି ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି ।

{"id":221917,"width":596,"height":438,"sizeSlug":"large"}

ଏହା ପୂର୍ବରୁ ରାହୁଲ ଗାନ୍ଧୀ ଔରଙ୍ଗଜେବ୍‌ ଲେନ୍‌ ସ୍ଥିତ ଏନ୍‌ପି ସିନିୟର ସେକେଣ୍ଡାରୀ ସ୍କୁଲରେ ମତଦାନ କରିଥିଲେ । ସୋନିଆ ଗାନ୍ଧୀ ମଧ୍ୟ ଦିଲ୍ଲୀ ନିର୍ବାଚନ ପାଇଁ ମତଦାନ କରିଛନ୍ତି। ଲୋକମାନେ ବହୁ ସଂଖ୍ୟାରେ ମତଦାନରେ ଅଂଶଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି ।

ଦିଲ୍ଲୀର ନିର୍ବାଚନ ପାଇଁ ୧୧ ତାରିଖରେ ମତଗଣନା କରାଯିବ । ଗତ ଥର ଆମ୍‌ ଆଦମୀ ପାର୍ଟି ୬୭ଟି ଆସନରେ ବିଜୟ ଲାଭ କରିଥିଲା। ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.