ଛାଡପତ୍ର ଏକ ପୁନର୍ଜନ୍ମ,ଏଥିରେ ସେଲିବ୍ରେଟ୍ କରିବା ଉଚିତ୍..ବିବାହକୁ ନେଇ ଏମିତି ଟ୍ୱିଟ୍ କଲେ ରାମଗୋପାଳ ବର୍ମା

Published By : Prameya-News7 Bureau | October 04, 2021 IST

ନୂଆଦିଲ୍ଲୀ ୦୪/୧୦: ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ପ୍ରଭାସ ଏବଂ ଅଭିନେତା ନାଗା ଚୈତନ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଦୀର୍ଘ ଦିନ ଧରି ରହିଆସିଥିଲା। ଅକ୍ଟୋବର ୨ରେ ଦୁହେଁ ଏହି ଖବରକୁ ନିଶ୍ଚିତ କରିଛନ୍ତି। ନାଗାର୍ଜୁନ ମଧ୍ୟ ଉଭୟଙ୍କ ନିଷ୍ପତ୍ତିରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ବିବାହ ଏବଂ ଛାଡପତ୍ରକୁ ନେଇ ଏକ ଟ୍ୱିଟ କରିଛନ୍ତି।

wp:html /wp:html

ବିବାହ ଏବଂ ଛାଡପତ୍ରକୁ ନେଇ ସେ ଗୋଟିଏ ପରେ ଗୋଟିଏ ଅନେକ ଟୁଇଟ୍ କରିଛନ୍ତି। ରାମ ଗୋପାଳ ଲେଖିଛନ୍ତି, ବିବାହକୁ ନୁହେଁ ଛାଡପତ୍ରକୁ ସେଲିବ୍ରେଟ୍ କରାଯିବା ଉଚିତ। ବିବାହ ହେଉଛି ଏକ ମୃତ୍ୟୁ ଏବଂ ଛାଡପତ୍ର ପୁନର୍ଜନ୍ମ। ଏହି ଟୁଇଟ୍ ସହିତ ରାମ ଗୋପାଳ ମଧ୍ୟ ଏକ ପୁରୁଣା ଭିଡିଓର ଲିଙ୍କ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଏହି ସବୁ କଥା କହୁଥିବାର ନଜର ଆସିଛନ୍ତି। ରାମ ଗୋପାଳ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି, ବିବାହ ହେଉଛି ବ୍ରିଟିଶ ନିୟମ, ଛାଡପତ୍ର ସ୍ୱାଧୀନତା।

wp:html /wp:html

ସେ ଆହୁରି ଲେଖିଛନ୍ତି, ବିବାହ ଏକ ରୋଗ ଏବଂ ଛାଡପତ୍ର ଏକ ଉପଶମ। ବିବାହ ଅପେକ୍ଷା ଛାଡପତ୍ରକୁ ଅଧିକ ଉପଭୋଗ କରାଯିବା ଉଚିତ। ଅଧିକାଂଶ ବିବାହ ଖୁବ୍ କମ୍ ସମୟ ଧରି ଚାଲିଥାଏ। ଛାଡପତ୍ର ପରେ ଏକ ପ୍ରକୃତ ସଂଗୀତ ମହୋତ୍ସବ କରିବା ଉଚିତ, ଯେଉଁଠାରେ ଲୋକମାନେ ନାଚି-ଗାଇ ଏହାକୁ ଉପଭୋଗ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.