RGHର ୨ କର୍ମଚାରୀ କରୋନା ପଜିଟିଭ୍, ସେପଟେ ସବ୍‌ଜେଲ୍‌ର ୬ ଅନ୍ତେବାସୀ ସଂକ୍ରମିତ

Published By : Prameya-News7 Bureau | June 07, 2020 IST

ସୁନ୍ଦରଗଡ ୭।୬: ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ରାଉରକେଲା ସରକାରୀ ଡାକ୍ତରଖାନାର ମେଡିକାଲ ଷ୍ଟାଫ୍ ଥିବା ବେଳେ ୬ ଜଣ ରାଉରକେଲା ଜେଲ୍‌ର ଅନ୍ତେବାସୀ ରହିଛନ୍ତି ।

ରାଉରକେଲା ସରକାରୀ ଡାକ୍ତରଖାନାର ୨ ଜଣ ମେଡିକାଲ ଷ୍ଟାଫ୍ କୋଭିଡ୍ ଡ୍ୟୁଟିରେ ନିୟୋଜିତ ଥିଲେ । ସେମାନେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏବେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ରାଉରକେଲା ସରକାରୀ ଡାକ୍ତରଖାନାକୁ ସାନିଟାଇଜ୍ କରାଯାଉଛି ।

ସେପଟେ ରାଉରକେଲା ସବ୍ ଜେଲ୍‌ର ୬ ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନେ ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ କ୍ବାରାଣ୍ଟାଇନ୍‌ରେ ଥିଲେ ।

ସୁନ୍ଦରଗଡରେ ଚିହ୍ନଟ ହୋଇଥିବା ୧୮ ପଜିଟିଭ୍ କେସ୍ ଭିତରୁ ୧୫ ଜଣ ପୁରୁଷ ଏବଂ ୩ ଜଣ ମହିଳା । ଏମାନଙ୍କ ଭିତରୁ ୧୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ୨ ଜଣ ହୋମ୍ କ୍ବାରେଣ୍ଟାଇନ୍ ଏବଂ ୨ ଜଣ ଲୋକାଲ୍ କଣ୍ଟାକ୍ଟ ରହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.