ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ୍ ଦେଲେ ରାହୁଲ ଗାନ୍ଧୀ, କହିଲେ...

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ,୨୮/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ କରିବା ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ପ୍ରଧାନମନ୍ତ୍ରୀଙ୍କର ସାହସ ଅଛି ତେବେ ସେ ରୋଜଗାର ଓ କୃଷକଙ୍କ କଥା କୁହନ୍ତୁ ବୋଲି ରାହୁଲ କହିଛନ୍ତି ।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, ଯଦି ସାହସ ଅଛି ପ୍ରଧାନମନ୍ତ୍ରୀ କୃଷକ ଓ ରୋଜଗାର କଥା ଆଲୋଚନା କରନ୍ତୁ । ଲଗାତର କିଛି ଦିନ ଧରି ରାହୁଲ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଚାହୁଁଛନ୍ତି । ଶନିବାର ମଧ୍ୟ ଦେଶରେ ବଢୁଥିବା ଦରଦାମକୁ ନେଇ ସେ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ ।

wp:html /wp:html

ରାହୁଲ ଲେଖିଥିଲେ ଯେ, ଏପରି କିଛି ସ୍ଥାନ ନାହିଁ ଯେଉଁଠି ସାଧାରଣ ଲୋକ ଶସ୍ତାରେ ସାମଗ୍ରୀ ପାଇପାରିବେ । ସେମାନଙ୍କୁ ଲାଗିବନି ଯେ ସରକାର ସେମାନଙ୍କଠୁ ଲୁଟୁଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ରବିବାର ସକାଳ ୧୧ଟାରେ ଆକାଶବାଣୀରେ ପ୍ରସାରିତ ହେବାକୁ ଥିବା ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ମୋଦୀ ଚଳିତ ମାସ ଆରମ୍ଭରେ ଜନତାଙ୍କୁ ବିଭିନ୍ନ ବିଷୟ ଉପରେ ପରାମର୍ଶ ମାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.