ହରିୟାଣା ରେୱାଡ଼ି ଗଣଦୁଷ୍କର୍ମ ମାମଲାର ଆଉ ଜଣେ ଅଭିଯୁକ୍ତକୁ ଓଡ଼ିଶାରୁ ଗିରଫ

Published By : Prameya-News7 Bureau | September 26, 2018 IST

ହରିୟାଣା ରେୱାଡ଼ି ଗଣଦୁଷ୍କର୍ମ ମାମଲାର ଆଉ ଜଣେ ଅଭିଯୁକ୍ତକୁ ଓଡ଼ିଶାରୁ ଗିରଫ କରାଯାଇଛି । ଗଞ୍ଜାମ ଗୋପାଳପୁରର ଏୟାର ଡିଫେନ୍ସ କଲେଜରୁ ତାକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ନବୀନ ଓରଫ ନିକୁ । ତାର ଘର ହରିୟାଣା ମହେନ୍ଦ୍ରଗଡ଼ରେ । ନବୀନକୁ ହରିୟାଣା ପୋଲିସ୍ ଆଜି ରେୱାଡ଼ି କୋର୍ଟରେ ହାଜର କରିବା ସହ ୧୦ ଦିନ ରିମାଣ୍ଡରେ ନେଇଛି । ହରିୟାଣା ସି.ବି.ଏସ୍.ଇ ଟପ୍ପରଙ୍କୁ ଗଣ ଦୁଷ୍କର୍ମ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ , ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିକୁକୁ ଗିରଫ କରାଯାଇଥିବା ବେଳେ , ଜଣେ ତଥାକଥିତ ଡାକ୍ତର ସଞ୍ଜିବକୁ ଗିରଫ କରାଯାଇଥିଲା । ଏମାନଙ୍କୁ ଠାରୁ ଖବର ନିଆଯିବା ପରେ , ୨ ଦିନ ତଳେ ଜଣେ ଆର୍ମି ଜୱାନ ପଙ୍କଜ ଓ ତାର ସାଙ୍ଗ ମନିଷକୁ ଗିରଫ କରାଯାଇଥିଲା । ଏମାନଙ୍କୁ କୋର୍ଟରେ ହାଜର କରାଇ ହରିୟାଣା ପୋଲିସ୍ ରିମାଣ୍ଡରେ ନେଇଛି । ଘଟଣାର ତଦନ୍ତ ପାଇଁ ପୋଲିସ ଏସ୍.ଆଇ.ଟି ଗଠନ କରିଛି । ଏସ୍.ଆଇ.ଟି.ର ଏକ ଟିମ୍ ଗୋପାଳପୁର ଆସି ଅନ୍ୟ ଅଭିଯୁକ୍ତ ନବୀନକୁ ଉଠାଇଛି । ନବୀନ ଛୁଟିରେ ଯାଇଥିବା ବେଳେ ତାର ସାଙ୍ଗମାନଙ୍କ ସହିତ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.