Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମୋଷ୍ଟ ଓ୍ବାଣ୍ଟେଡ୍ ଗୋବିନ୍ଦ ସାହୁଙ୍କୁ ଧରିବାକୁ ବୃଦ୍ଧି ହେଲା ପୁରସ୍କାର ରାଶି, ୨୦ହଜାର ବଦଳରେ ମିଳିବ ଲକ୍ଷେ ଟଙ୍କା

19/10/2021 at 3:47 PM

ବଲାଙ୍ଗୀର ୧୯।୧୦: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା ଅଟକ ଥିଲେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ । ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍ ଘୋଷଣା କରିଛି ବଲାଙ୍ଗୀର ପୋଲିସ । ତେବେ ଫେରାର ଗୋବିନ୍ଦ ସାହୁଙ୍କୁ ଧରିବା ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି ବଲାଙ୍ଗୀର ପୋଲିସ । ଗୋବିନ୍ଦଙ୍କ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୨୦ ହଜାର ଟଙ୍କା ପୁରଷ୍କାର ଘୋଷଣା କରାଯାଇଥିଲା ।

ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ଅଟକ ଥିବା ଦୁଇ ଜଣଙ୍କ ସୂଚନା ଆଧାରରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଛି ଗଳିତ ମୃତଦେହ । ମୃତଦେହଟି ନିଖୋଜ ମମିତା ମେହେରଙ୍କ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଉଦ୍ଧାର ହୋଇଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗୀର ପୋଲିସ କହିଛି । ମୃତଦେହ ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି । ଖେଳ ପଡିଆ ଜଗୁଆଳି ଏବଂ ଜେସିବି ଡ୍ରାଇଭରଙ୍କ ଅଟକ ପରେ ଷ୍ଟାଡିୟମରେ ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମାଜିଷ୍ଟ୍ରେଟ୍ ଙ୍କ ସହ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଘଟଣାସ୍ଥଳରେ ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ପୋଲିସ ଉପସ୍ଥିତ ରହିଛନ୍ତି । ଷ୍ଟାଡିୟମରେ ମାଟି ଖୋଳି ଯାଞ୍ଚ କରିବା ପୂର୍ବରୁ ପୋଲିସ ଦୁଇ ଜଣଙ୍କ ଅଟକ ରଖିଥିଲା । ନିର୍ମାଣଧୀନ ମହାଲିଙ୍ଗ ସରକାରୀ ହାଇସ୍କୁଲ ଖେଳପଡିଆର ଜଗୁଆଳି ଗୁପ୍ତେ ତାଣ୍ଡି ଏବଂ ସେଠାରେ ନିୟୋଜିତ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ମଧ୍ୟ ପୋଲିସ ଦ୍ବାରା ଅଟକ। ଏମାନଙ୍କ ସୂଚନାକୁ ଆଧାର କରି ପୋଲିସ ଷ୍ଟାଡିୟମ୍ କୁ ସିଲ୍ କରି ଖୋଳିବା ଆରମ୍ଭ କରିଥିଲା । ସେଠାରୁ ଗଳିତ ମୃତଦେହ ମିଳିବା ପରେ ଘଟଣା ଆହୁରି ରହସ୍ୟ ଆଡକୁ ଯିବାରେ ଲାଗିଛି ।

   Related Posts