ବିପ୍ଲବୀ କବି ରବି ସିଂହଙ୍କ ପରଲୋକ

Published By : Prameya-News7 Bureau | February 02, 2020 IST

କଟକ ୨।୨: ବିପ୍ଲବୀ କବି ରବି ସିଂହଙ୍କ ପରଲୋକ । କଟକ ସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ କବି ଓ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି । ସୋଆ ଲିଟେରାରୀ ଫେଷ୍ଟିଭାଲରେ ଶୋକ ପ୍ରକାଶ କରିଛନ୍ତି କବି ଓ ସାହିତ୍ୟିକ ।

୧୯୩୫ ମସିହା ଫେବୃଆରୀ ୧୮ ତାରିଖରେ ଜଗତସିଂହପୁର ଜିଲ୍ଲାର ନବାପାଟଣାରେ ଜନ୍ମଗ୍ରହଣ କରିଥିଲେ ରବି ସିଂହ । ତାଙ୍କ କ୍ରାନ୍ତିକାରୀ କବିତା ମଧ୍ୟରେ ପଥପ୍ରାନ୍ତର କବିତା, ଚରମପତ୍ର, ଶିଥିଳ ବଲ୍‌ଗା, ପାଗୋଡାର ପ୍ରେତ, ଭ୍ରୁକୁଟି, ବିଦୀର୍ଣ୍ଣ, ପାଦଟୀକା, ଅପ୍ରୀତିକର କବିତା, ଜ୍ବଳାର ମାଳା, କ୍ଷତ, ସର୍ବହରା, ବିଷବାଣୀ, ଦୁର୍ଗମ ଗିରି, ଅନାର୍ଯ୍ୟର ଆର୍ଯ୍ୟପଦ, କ୍ରାନ୍ତି କାମୋଦି, ଜଳ ମୋ ଅନଳ, ପୃଥିବୀ ଟଳମଳ ଭଳି କବିତା ବେଶ୍‌ ପ୍ରଶଂସା ସାଉଁଟିଛି । ଏହା ବ୍ୟତୀତ ପରାସ୍ତ ସୈନିକ, ଚଳନ୍ତିକା ଭଳି ଗଳ୍ପ ବହି, ଆତ୍ମଜୀବନୀ ‘ନିଃସଙ୍ଗ ପଦାତିକ’ ଏବଂ ସମାଲୋଚନା ପୁସ୍ତକ ‘ସଂସ୍କୃତିର ବୈପ୍ଳବିକ ମୂଲ୍ୟବୋଧ’ ଭଳି ଆହୁରି ଅନେକ ପୁସ୍ତକ ରଚନା କରିଛନ୍ତି ।

ଚରମ ପତ୍ର ପୁସ୍ତକ ପାଇଁ ସେ ୧୯୬୫ରେ ‘ସାହିତ୍ୟ ଏକାଡେମୀ’ ପୁରସ୍କାର ପାଇଥିଲେ । ସୋଭିଏତ ୟୁନିୟନ ଦ୍ବାରା ୧୯୬୮ରେ ନେହେରୁ ସମ୍ମାନ ସହ ବହୁ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇଥିଲେ । ୨୦୧୭ ମସିହା ପାଇଁ ସେ ମର୍ଯ୍ୟାଦାଜନକ ‘ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର’ ପାଇଥିଲେ କବି ରବି ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.