ଦୁଇଚକିଆ କିଣିବାକୁ ଚାହୁଁଛନ୍ତି କି ? ଟିକିଏ ଅପେକ୍ଷା କରିଯାଆନ୍ତୁ, ଅଗଷ୍ଟ ୭ରେ ଲଂଚ ହେବ ୧୫୬ କିଲୋମିଟର ମାଇଲେଜ ଦେଉଥିବା ବାଇକ୍

Published By : Prameya-News7 Bureau | July 23, 2019 IST

ନୂଆଦିଲ୍ଲୀ୨୩|୭: ଅଗଷ୍ଟ ମାସ ୭ ତାରିଖରେ ଭାରତରେ ଲଂଚ ହେବ ରିଭଲ୍‌ଟ ଆରଭି ୪୦୦(Revolt RV 400) ଗାଡି। ଏହା ଦେଶର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଇଲେକ୍ଟ୍ରିକ ମଟରସାଇକେଲ୍‌ ବୋଲି କୁହାଯାଉଛି। ଏବେ କିଛି ଦିନ ତଳେ ରିଭଲ୍‌ଟ ଆରଭି ୪୦୦ର ଡେମୋ ସାମ୍ନାକୁ ଆସିଥିଲା। ଏହି ବାଇକ୍‌ର ଲୁକ୍‌ ଓ ଫିଚର୍ସ ଅନ୍ୟ ଗାଡିଠୁ ଅଲଗା ।   

ସୂଚନାଯୋଗ୍ୟ ଯେ, ଭାରତରେ ରିଭଲ୍‌ଟ ଆରଭି ୪୦୦ର ଦାମ୍‌ ୧ ଲକ୍ଷ ଟଙ୍କା ପାଖାପାଖି ରହିବ। କିନ୍ତୁ ଏହି ଗାଡି ଏତିକି ଦାମ୍‌ରେ ବିକ୍ରି ହେଲେ ଲୋକେ କିଣିବା ପସନ୍ଦ କରିବେ କି ନାହିଁ ତାହା ସନ୍ଦେହ କରାଯାଉଛି। ତେବେ ଗୁରୁଗ୍ରାମ୍‌ର ଷ୍ଟାର୍ଟଅପ୍‌ କମ୍ପାନୀ ରିଭଲ୍‌ଟ ଇଣ୍ଟେଲିକର୍ପର ଏହା ପ୍ରଥମ ପ୍ରଡକ୍ଟ। ଜୁନ ୨୫ ତାରିଖରୁ କମ୍ପାନୀ ଏହି ବାଇକ୍‌ର ଫ୍ରି ବୁକିଂ ଆରମ୍ଭ କରୁଛି। ୧୦୦୦ ଟଙ୍କା ଦେଇ ଗ୍ରାହକ ଏହି ବାଇକ୍‌ର ବୁକିଂ କରାଇପାରିବ।  

{"id":136458}

ରିଭଲ୍‌ଟ ଆରଭି ୪୦୦ ଇଲେକ୍ଟ୍ରିକ ବାଇକ୍‌ ପ୍ରଥମେ କେବଳ ଦିଲ୍ଲୀରେ ଉବଲବ୍ଧ ହେବ। ୪ ମାସ ପରେ ଏହା ଅହମଦାବାଦ, ହାଇଦ୍ରାବାଦ, ନାଗପୁର, ପୁନେ, ବେଙ୍ଗଲୁରୁ, ଚେନ୍ନାଇରେ ଉପଲବ୍ଧ କରାଯିବ। ରିଭଲ୍‌ଟ ଆରଭି ୪୦୦ ଫୁଲ ଚାର୍ଜ ହେଲେ ୧୫୬ କିମି ଯାଏଁ ଚାଲିବ। ଏହି ଗାଡିର ଟପ୍‌ ସ୍ପିଡ୍‌ ୮୫ କିମି ପ୍ରତି ଘଣ୍ଟା ଅଛି। ଏହି ଗାଡିର ବିଷେଶତ୍ବ ଏହା ଯେ, ଗାଡି ସୁବିଧାରେ ଚାର୍ଜ ହୁଏ।ରିଭଲ୍‌ଟ ପର୍ଟେବଲ୍‌ ଚାର୍ଜର ସହ ଅନ୍‌ବୋର୍ଡ ଚାର୍ଜିଙ୍ଗର ସୁବିଧା ମଧ୍ୟ ଅଛି।  

ରିଭଲ୍‌ଟ ଆରଭି ୪୦୦ରେ ଅନେକ କନେକ୍ଟିଭିଟି ଫିଚର୍ସ ସାମିଲ ଅଛି। କେବଳ ସେତିକି ନୁହେଁ ଏଥିରେ ୪-ପ୍ରି ଲୋଡେଡ୍‌ ମଟରସାଇକେଲ୍‌ ସାଉଣ୍ଡ ଦିଆଯାଇଛି। ଏହି ବାଇକ୍‌ ୪ଜି ଏଳ୍‌ଟି ସିମ୍‌ର ସୁବିଧା ଦିଆଯାଇଛି। ଏଥିରେ ଇଣ୍ଟରନେଟ୍‌ ଆଧାରିତ ଫିଚର୍ସ ମଧ୍ୟ ଅଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.