ପ୍ରଦେଶ କଂଗ୍ରେସରେ ବିଦ୍ରୋହ- କେବେ ନିପ, କେବେ ମମୋ

Published By : Prameya-News7 Bureau | November 03, 2019 IST

ଭୁବନେଶ୍ୱର ୦୩।୧୧- ୧୦ରେ ସୋନିଆ ଗାନ୍ଧିଙ୍କୁ ଭେଟିବ ନିରଞ୍ଜନ ହଟାଅ ଗୋଷ୍ଠୀ | ପିସିସି ସଭାପତି ପଦରେ ମହମ୍ମଦ ମୋକିମଙ୍କୁ ବସାଇବାକୁ ଦାବି କରାଯିବ | ଆଜି ପୁଣି ବୈଠକ କରି ଏମିତି କିଛି ରଣନୀତି ତିଆରି କରିଛନ୍ତି କଂଗ୍ରେସର କିଛି ନେତା |

କେବେ ନିପ, କେବେ ମମୋ। ନିପ ମାନେ ନିରଞ୍ଜନ ପଟ୍ଟନାୟକ ଓ ମମୋ ମାନେ ମହମ୍ମଦ ମୋକିମଙ୍କ ମଧ୍ୟରେ ପେଣ୍ଡୁଲମ ଗତିରେ ଦୋହଲୁଛି ରାଜ୍ୟ କଂଗ୍ରେସ ନେତାଙ୍କ ନେତା ଫର୍ମୁଲା। ବୁଧବାର ଋଷିଲେ | ଶୁକ୍ରବାର ମିଶିଲେ | ପୁଣି ଗୋଟେ ଦିନ ଛାଡ଼ି ପୁଣି ମେଳି କଲେ | ରାଜ୍ୟ କଂଗ୍ରେସରେ ନିରଂଜନ ପଟ୍ଟନାୟକ ହଟାଓ ମହମ୍ମଦ ମୋକିମ ଆଣ ଅଭିଯାନ ରବିବାର ପୁଣି ତେଜ୍ ହୋଇଛି |  ପାନ୍ଥନିବାସରେ ବୁଧବାର ବସିଥିବା ନେତାଏ ପୁଣି ଏକାଠି ହୋଇ ନିରଂଜନ ହଟାଓ ସଂକଳ୍ପ ପାରିତ କରିଛନ୍ତି | ଆଉ ୧୦ରେ ମିଶିବେ ୧୦ ଜନପଥରେ। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିବେ।

ସେପଟେ ଶୁକ୍ରବାର ଯେଉଁ ନେତାଙ୍କୁ ମନେଇ ଥିଲେ, ସେମାନେ ପୁଣି ବିଦ୍ରୋହର ବିଗୁଲ୍ ଫୁଙ୍କିବା ଦେଖି ଚିହିଁକି ଉଠିଛନ୍ତି ପିସିସି ସଭାପତି | ଏ କଥା, ପଚାରୁ ପଚାରୁ କହୁଛନ୍ତି, ଏହା ପାର୍ଟିର ଇଣ୍ଟରନାଲ୍ ମ୍ୟାଟର୍ | ସେ କିଛି ବି ରିପ୍ଲାଏ ଦେବେ ନାହିଁ | ତେବେ ଏତିକି କହିଛନ୍ତି, ସବୁଠି ଶୃଙ୍ଖଳା ନିହାତି ଦରକାର |

୧୦ରେ ବିଦ୍ରୋହୀ ଗୋଷ୍ଠୀ ସୋନିଆଙ୍କୁ ଭେଟିବା ପାଇଁ ଦିଲ୍ଲୀ ଚଲୋ ନାରା ତ ଦେଇଛନ୍ତି | ବଡ଼ କଥା ହେଉଛି, ସୋନିଆ ଏମାନଙ୍କୁ ଭେଟୁଛନ୍ତି ନା, ସେଠାରେ ବି ପ୍ରଭାରୀଙ୍କୁ ଭେଟି ଫେରୁଛନ୍ତି ତାହା ଉପରେ ନିର୍ଭର କରିବ କଂଗ୍ରେସର ପରବର୍ତ୍ତୀ ମିଶନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.