Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବଜାରକୁ ଆସୁଛି ୪ଜି ସିମ୍ ଦେଶୀ ଇଲେକ୍ଟ୍ରିକ ବାଇକ

6/06/2019 at 6:38 PM

ଖୁବ ଶୀଘ୍ର ଦେଶରେ ୪ଜି ସିମ ଵାଲା ଦେଶୀ ଇଲେକ୍ଟ୍ରିକ ବାଇକ ଲାଞ୍ଚ ହେବାକୁ ଯାଉଛି । ଏହି ବାଇକରେ ରହିଛି କୃତ୍ରିମ ଇଣ୍ଟେଲିଜେନ୍ସ । ଗୁରୁଃଗ୍ରାମର ଏକ ଦୁଇ ଚକିଆ ଯାନ ଷ୍ଚାଟ୍ ଅପ କମ୍ପାନୀ ଏଇ ଇଲେକ୍ଟ୍ରିକ ବାଇକ ବଜାରରେ ଲଂଚ କରିବ ।

ଗୁରୁଃଗ୍ରାମର ରିୋଭଲ୍ଟ ମୋଟର୍ସ ଏହି ବାଇକର ଲଞ୍ଚ ତାରିଖ ଫାଇନାଲ କରିଛନ୍ତି । ଜୁନ ୧୮ ତାରିଖରେ ଲଞ୍ଚ ହେବ ଏହି ବାଇକ । ପ୍ରଥମେ ଦିଲ୍ଲୀରେ ଏବଂ ପରେ ପରେ ପୁରା ଦେଶରେ ଲଞ୍ଚ ହେବ ଏହି ବାଇକ । ଗତ କିଛି ଦିନ ହେଲା ବାଇକର ଟେଷ୍ଟିଙ୍ଗ ଜାରି ରହିଛି ।

ମୋବାଇଲ ଏବଂ ଇଲେକ୍ଟ୍ରିକ ଜିନିଷ ତିଆରି କରୁଥିବା ମାଇକ୍ରୋମ୍ୟାକ୍ସ କମ୍ପାନୀର କୋ-ଫାଉଣ୍ଡର ଥିବା ରାହୁଲ ଶର୍ମା ଏହି କମ୍ପାନୀର ଫାଉଣ୍ଡର । ରିଭୋଲ୍ଟ ମୋଟର୍ସ ଅନୁଯାୟୀ, ଏହା ଦେଶର ପ୍ରଥମ ଇଲେକ୍ଟ୍ରିକ ବାଇକ । ଏହି ବାଇକ ଏଆଇ ଏବଂ ଏଲଟିଇ କନେକ୍ଟଟେଡ୍ । ଏହି ବାଇକରେ ୪ଜି ସିମ୍ ମଧ୍ୟ ରହିବ ।

ଏହି ବାଇକର ଲୁକ ମାଷ୍କ୍ୟୁଲାର ଏବଂ KTM 390 Duke  ଭଳି କମ୍ପାକ୍ଟ । ଏହି ଇ ବାଇକରେ ବ୍ୟାଟେରୀ ସ୍ୱାପିଂ ସିଷ୍ଟମ ମଧ୍ୟ ରହିଛି । ଏହି ବାଇକର ସର୍ବାଧିକ ସ୍ପିଡ଼ ଘଣ୍ଟା ପ୍ରତି ୮୫ କି:ମି ।

ବାଇକକୁ ମନୋସର କାରଖାନାରେ ତିଆରି କରାଯିବ । ବାଇକର ମୂଲ୍ୟ ଏ ପର୍ଯ୍ୟନ୍ତ ନିରୂପଣ କରାଯାଇନାହିଁ । ତେବେ ବାଇକର ମୂଲ୍ୟ ୧.୨୦ ଲକ୍ଷ ରଖାଯାଇପାରେ ବୋଲି ଆଶଙ୍କା କରାଯାଉଛି ।

   Related Posts