Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

COVID-19 ଯାଞ୍ଚ ନେଇ ICMRଙ୍କ ସଂଶୋଧିତ ରଣନୀତି ଜାରି ,ବ୍ୟାପକ ହେବ ଯାଞ୍ଚ

24/06/2020 at 5:06 PM

ନୂଆଦିଲ୍ଲୀ ୨୪।୬: ଦେଶରେ ବଢୁଥିବା କରୋନା ସଂକ୍ରମଣ ଓ ମୃତ୍ୟୁକୁ ନିୟନ୍ତ୍ରଣ କରିବା ଲାଗି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ( ଆଇସିଏମଆର) କୋଭିଡ-୧୯ ଯାଞ୍ଚ ଲାଗି ସଂଶୋଧିତ ରଣନୀତି ଜାରି କରିଛନ୍ତି। ଏଥିରେ ପ୍ରତି ବ୍ୟକ୍ତି ଯାଞ୍ଚକୁ ପ୍ରାଥମିକତା ଦେଇଥିବା ବେଳେ ଲକ୍ଷଣ ଥିବା ଲୋକଙ୍କ ଯାଞ୍ଚ ୭ ଦିନରେ ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥି ନିମନ୍ତେ ବ୍ୟାପକ ସ୍ତରରେ ଯାଞ୍ଚ ସୁବିଧା ଉପଲବ୍ଧ କରାଯିବ ବୋଲି ମଧ୍ୟ ଆଇସିଏମଆର ଘୋଷଣା କରିଛନ୍ତି।

ଯେଉଁମାନେ ବିଦେଶରୁ ଆସିଛନ୍ତି ପ୍ରବାସୀ ଓ ଯେଉଁମାନଙ୍କ ଠାରେ ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଅଛି ସେମାନଙ୍କର ଯାଞ୍ଚ ୭ ଦିନ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।  ଏଣୁ ଆଇଏଲଆଇ ଲକ୍ଷଣ ଥିବା ଲୋକ ହୁଅନ୍ତୁ ଅଥବା କଣ୍ଟେନମେଣ୍ଟ ଜୋନର ବାସିନ୍ଦା ସମସ୍ତଙ୍କର ଏବେ ଯାଞ୍ଚ ହେବ।  ସେହିପରି କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ବିଭିନ୍ନ ସଂସ୍ଥାନରେ କାର୍ଯ୍ୟରତ କର୍ମଚାରୀଙ୍କ ଯାଞ୍ଚ ଲାଗି ମଧ୍ୟ ଆଇସିଏମଆର ପରାମର୍ଶ ଦେଇଛନ୍ତି।

ସମସ୍ତ ସରକାରୀ, ଘରୋଇ ହସ୍ପିଟାଲ, କାର୍ଯ୍ୟାଳୟ ଓ ସର୍ବସାଧାରଣ କ୍ଷେତ୍ରର ସଂସ୍ଥାଙ୍କୁ ଆଣ୍ଟିବଡି ଆଧାରିତ କୋଭିଡ-୧୯ ଯାଞ୍ଚ ସହ କର୍ମଚାରୀଙ୍କର ଭୟ ସମାପ୍ତ କରିବାକୁ ଆଇସିଏମଆର ପରାମର୍ଶ ଦେଇଛନ୍ତି। ସେହିପରି ବ୍ୟାପକ ଯାଞ୍ଚ ଲାଗି ଆଇସିଏମଆର ଦେଶର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ, ନ୍ୟାସନାଲ ଆକ୍ରିଡିଏସନ ବୋର୍ଡ ଅଫ ହସ୍ପିଟାଲ ଏଣ୍ଡ ହେଲଥ କେୟାର ଓ ଏନଏବିଏଲଙ୍କ ସ୍ୱୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲ ଓ ଆଇସିଏମଏରଙ୍କ ଅନୁମୋଦିତ ଘରୋଇ ପ୍ରୟୋଗଶାଳାରେ ରାପିଡ ଆଣ୍ଟିଜେନ ଡିଟେକ୍ସନ ଟେଷ୍ଟ ସହିତ ଆରଟି ପିସିଆର ଟେଷ୍ଟ ସୁବିଧା ଉପଲବ୍ଧ କରାଇବାକୁ କହିଛନ୍ତି।

   Related Posts