Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ସମୀକ୍ଷା

29/08/2018 at 12:21 PM

ପୁରୀରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ସମୀକ୍ଷା କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ବିଭିନ୍ନ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେବାରେ ଅହେତୁକ ବିଳମ୍ୱ ହେଉଥିବାରୁ ଏନେଇ ବୈଠକରେ କ୍ଷୋଭ ପ୍ରକାଶ ପାଇଛି । ବିଶେଷ କରି ହୃଦୟ, ଅଭଡ଼ା, ଆଇକନିକ୍ ସିଟି ପ୍ରଭୃତି ଯୋଜନାର ସମୀକ୍ଷା ହୋଇଛି । ଦିଗବାରିଣୀ ଛକ ନିକଟରେ ବହୁତଳ ପାର୍କିଂ ବ୍ୟବସ୍ଥା, ବଗଲା ଧର୍ମଶାଳାର ପୁନରୁଦ୍ଧାର, ମୁଷାନଈର ସୌନ୍ଦର୍ଯ୍ୟକରଣ, ସହରର ପ୍ରମୁଖ ୪ ଟି ରାସ୍ତାର ଉନ୍ନତିକରଣ, ସହରର ଯାଗାଘରର ପୁନରୁଦ୍ଧାର ପ୍ରଭୃତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସାଢ଼େ ୭ କୋଟି ଟଙ୍କା ବିନିମୟରେ ପୁରୀରେ ହେବାକୁ ଥିବା ଜଗନ୍ନାଥ ଇନଡ଼ୋର ଷ୍ଟାଡ଼ିୟମ ଆସନ୍ତାକାଲି ଶୁଭ ଦିଆଯିବ। ଏହା ନିକଟରେ ପ୍ରାୟ ୩୫ କୋଟି ଟଙ୍କା ବିନିମୟରେ ଏକ ଆଉଟଡ଼ୋର ଷ୍ଟାଡ଼ିୟମ୍ ମଧ୍ୟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ। ପ୍ରାୟ ୭୦ କୋଟି ଟଙ୍କା ବିନିମୟରେ ବଗଲା ଧର୍ମଶାଳାର ପୁର୍ନବିକାଶ ଓ ୫୦ କୋଟି ଟଙ୍କା ବିନିମୟରେ ସହରର ପ୍ରମୁଖ ୪ ଟି ରାସ୍ତା କାର୍ଯ୍ୟ ମଧ୍ୟ ତୁରନ୍ତ ଆରମ୍ଭ କରାଯିବ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ ଓ ସମସ୍ତ ବିଭାଗର ଅଧିକାରୀ ମାନେ ଭାଗ ନେଇଥିଲେ।

   Related Posts