ଅନୁଗୋଳ: ସର୍କିଟ ହାଉସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ, ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା

Published By : Prameya-News7 Bureau | December 29, 2020 IST

ଅନୁଗୋଳ୨୯/୧୨: ମଙ୍ଗଳବାର ଅପରାହ୍ନରେ ଅନୁଗୋଳ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଜିଲ୍ଲାରେ ମେଗା ପାନୀୟ ଜଳ ଯୋଜନାର ଅଗ୍ରଗତି ଏବଂ ଖରିଫ ଧାନ ସଂଗ୍ରହ କିଭଳି ବ୍ୟବସ୍ଥିତ ଢଙ୍ଗରେ ହୋଇ ପାରିବ ସେ ନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ହୋଇଛି।

ଜିଲ୍ଲାରେ ୬ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ କେତେ ଅଗ୍ରଗତି ହୋଇଛି ସେ ନେଇ ସମୀକ୍ଷା କରିଛନ୍ତି। ତା ସହିତ ବାକି ୨ଟି ବ୍ଲକକୁ ପାନୀୟ ଜଳ ଯୋଜନାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାରେ ବିଭିନ୍ନ ମଣ୍ଡିରେ କିଭଳି ଭାବେ ସୁବ୍ୟବସ୍ଥିତ ଢଙ୍ଗରେ ଧାନ ସଂଗ୍ରହ ହୋଇ ପାରିବ ସେ ବିଷୟରେ ଆଲୋଚନା କରିଛନ୍ତି। ଅନ୍ୟପଟେ କୋଭିଡ ସମୟରେ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ଅଗ୍ରଗତି ବିଷୟରେ ପଚାରି ବୁଝିଛନ୍ତି। ଜିଲ୍ଲାରେ ୭୬ ପ୍ରତିଶତ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.