କୋଭିଡ଼ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ, ମୁକାବିଲା ନେଇ ଯୋଜନା ପ୍ରସ୍ତୁତ

Published By : Prameya-News7 Bureau | November 10, 2020 IST

ପୁରୁଷୋତ୍ତମପୁର ୧୦।୧୧: ପୁରୁଷୋତ୍ତମପୁର ବ୍ଲକରେ କୋଭିଡ଼ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ । କିଛିଟା ଅଞ୍ଚଳରେ କରୋନାର ୨ୟ ଲହରୀକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକ ବସିଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ହୋଇଥିଲେ । ଆଗାମୀ ଦିନରେ କରୋନାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି ।

{"id":359228,"sizeSlug":"large"}

କିଛି ଦିନ ତଳେ କରୋନା ସଂକ୍ରମଣର ପିକ୍‌ରେ ଥିଲା ଗଞ୍ଜାମ ଜିଲ୍ଲା, ପରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଉଦ୍ୟମରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । କିନ୍ତୁ ଏବେ ପୁଣି କରୋନା ଭାଇରସ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୁରୁଷୋତ୍ତମପୁର ବ୍ଲକରେ କୋଭିଡ଼ ସ୍ଥିତି ନେଇ ସମୀକ୍ଷା ବୈଠକ ଡାକିଛନ୍ତି ।

{"id":359229,"sizeSlug":"large"}

ବ୍ଲକ କନ୍‌ଫେରେନ୍ସ ହଲ୍‌ରେ ସମସ୍ତ ପିଏଲଆଇ ସଭ୍ୟ ଓ ସଭ୍ୟା, ସମସ୍ତ ବିଭାଗର ଅଫିରସ ଓ କର୍ମଚାରୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜମ ପୃଷ୍ଟି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା, ବ୍ଲକ ଅଧ୍ୟକ୍ଷ ସୂଯ୍ୟ ନାରାୟଣ ପଣ୍ଡା, ବିଡ଼ିଓ ବିଜୟ କୁମାର ବେହେରାଙ୍କ ଉପସ୍ଥିତିରେ  ବୈଠକ ହୋଇଥିଲା । ବୈଠକରେ ସମସ୍ତେ ମୁହଁରେ ମାସ୍କ ପିନ୍ଧି ,ସାମାଜିକ ଦୂରତ୍ୱ ବଜାୟ ରଖି କାମ କରିବା ସହିତ ଦରକାର ନପଡିଲେ ବାହାରକୁ ନଯିବାକୁ ଜିଲ୍ଲାପାଳ କହିଛନ୍ତି  । ତାସହିତ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବିଭିର୍ଣ୍ଣ କାମର ସମୀକ୍ଷା ଜରି ତାର ନିରାକରଣ ନିମନ୍ତେ ବିଡ଼ିଓଙ୍କୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.