ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ, ପାରିପାର୍ଶ୍ବିକ ଉନ୍ନତି ଓ ପରିଷ୍କାର ପରିଚ୍ଛନ୍ନତା ନେଇ ଆଲୋଚନା

Published By : Prameya-News7 Bureau | February 24, 2021 IST

ପୁରୀ ୨୪।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢା ପରିଷ୍କାର ପରିଚ୍ଛନ୍ନତା ନେଇ ପ୍ରଥମ ସମୀକ୍ଷା ବୈଠକ କରାଯାଇଛି । ଏଏସଆଇ ପକ୍ଷରୁ ଚାଲିଥିବା ମେଘନାଦ ପାଚେରୀ ଡିପ୍ଲାଷ୍ଟରିଂ କାର୍ଯ୍ୟ  ଜୁନ୍ ଶେଷ ସୁଦ୍ଧା ଶେଷ ହେବ । ସେହିପରି ମାର୍ଚ୍ଚ ମାସରୁ ଆରମ୍ଭ ହେବ ମା ମହାଲକ୍ଷ୍ମୀ ମନ୍ଦିରର ମରାମତି କାର୍ଯ୍ୟ ।  ବାତ୍ୟା ଫନିରେ ଉଜୁଡ଼ିଯାଇଥିବା ସିସିଟିଭି ବ୍ୟବସ୍ଥା ପୁନଃ ସଂସ୍ଥାପନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓଡିଶା ପୋଲିସ ହାଉସିଂ କର୍ପୋରେସନକୁ ୮୦ ଲକ୍ଷ ଦେଇଛି। ଖୁବଶୀଘ୍ର ସିସିଟିଭି ସଂସ୍ଥାପନ କାର୍ଯ୍ୟ ହେବ। ଶ୍ରୀମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢା ପରିଷ୍କାର ପରିଛନ୍ନତା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଭକ୍ତ ପାଇଁ ଶୌଚାଳୟ ଓ ପରିସ୍ରାଗାରର ବ୍ୟବସ୍ଥା, ଲଗେଜ ଓ ଜୋତା ଷ୍ଟାଣ୍ଡ ଆଦି ୧୨ଟି ନିୟମିତ ପ୍ରସଙ୍ଗ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା।

ସପ୍ତାହର ପ୍ରତି ମଙ୍ଗଳବାର ଏଭଳି ସମୀକ୍ଷା ବୈଠକ ହେବ । ମଙ୍ଗଳବାର ଛୁଟି ଥିଲେ ପରବର୍ତ୍ତୀ କାର୍ଯ୍ୟ ଦିବସ ଦିନ ବୈଠକ ହେବ । ଏହାର ନିର୍ଯାସକୁ ପରିଚାଳନା କମିଟିରେ ଆଗତ କରି କାର୍ଯ୍ୟ କରାଯିବ। ବୈଠକରେ ଶ୍ରୀମନ୍ଦିର ଉନ୍ନୟନ, ନୀତି ପ୍ରଶାସକଙ୍କ ସହ ଏଏସଆଇ, ଓବିସିସି, ପୌରପାଳିକା, ଜନସ୍ବାସ୍ଥ୍ୟ, ଇଡ଼କୋ ଅଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.