ଓଲଟିଲା କିରୋସିନ ବୋଝେଇ ଟ୍ୟାଙ୍କର: ଡ୍ରାଇଭର ଓ ହେଲପର ଆହତ, ବୋହିନେଲେ ଲୋକେ

Published By : Prameya-News7 Bureau | September 26, 2021 IST

ଆଠଗଡ ୨୬/୦୯: ୬୫ ନମ୍ବର ରାଜ୍ୟ ରାଜପଥ ପୁରୁଣା କଟକ ସମ୍ବଲପୁର ରାସ୍ତାର ଝାଜିଆ ଛକ ନିକଟରେ ଦୁର୍ଘଟଣା । କିରୋସିନି ଭର୍ତ୍ତି ଟ୍ୟାଙ୍କର ଓଲଟି ପଡିଛି । ତେବେ ଏହି ଟ୍ୟାଙ୍କର ଓଲଟି ପଡିବାରୁ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ଆଠଗଡ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

wp:gallery {"ids":[517861],"linkTo":"none"} /wp:gallery

ସୂଚନା ଥାଉକି, ଝାଜିଆ ଛକ ନିକଟରେ କିରୋସିନି ଭର୍ତ୍ତି ଟ୍ୟାଙ୍କର ଓଲଟି ପଡିଥିଲା । ବୋଧହୁଏ ଗଛରେ ପିଟିହୋଇ ଓଲଟିପଡିଥିବା ଅନୁମାନ କରାଯଉଛି । ସେପଟେ ଏହାପରେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । କିରୋସିନ ବୋଝେଇ ଟ୍ୟାଙ୍କର ଓଲଟି ପଡିବାରୁ ଟ୍ୟାଙ୍କରରୁ ପ୍ରବଳ ମାତ୍ରାରେ ତେଲ ଲିକ୍ ହୋଇଥିଲା । ଫଳରେ ଲୋକେ ବାଲଟି, କୁଣ୍ଡ ଧରି କିରୋସିନ ସବୁକୁ ବୋହିନେଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.