Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

Apple iPhone -13 ସିରିଜରେ ମିଳିବ ରିଭର୍ସ ଚାର୍ଜିଂ ସୁବିଧା, ଜାଣନ୍ତୁ ଆଉ କ’ଣ ସବୁ ରହିଛି ଫିଚର୍ସ

5/07/2021 at 6:35 PM

ନୂଆଦିଲ୍ଲୀ ୦୫/୦୭ : ଆପଲ ଚଳିତ ବର୍ଷ ଆଇଫୋନ୍-୧୩ ସିରିଜ୍ କୁ ଲଞ୍ଚ କରିପାରେ । କମ୍ପାନୀ ଏହାର ଉନ୍ନତମାନର ଫିଚର୍ସ ପ୍ରଦାନ କରିବାକୁ ଯାଉଛି । ନିକଟରେ ରିପୋର୍ଟ ଅନୁଯାୟୀ, ଆଇଫୋନ୍ ୧୩ ସିରିଜର ସ୍ମାର୍ଟଫୋନ ଗୁଡ଼ିକର ରିଭର୍ସ ଚାର୍ଜିଂ ଫିଚର୍ସ ଆସିବକୁ ଯାଉଛି । ଏହି ରିଭର୍ସ ଚାର୍ଜିଂ ସୁବିଧା ସାହାଯ୍ୟରେ ଗ୍ରାହକମାନେ ନିଜ ଆଇଫୋନ -୧୩ ରୁ ଅନ୍ୟ ଡିଭାଇସକୁ ମଧ୍ୟ ଚାର୍ଜ କରିପାରିବେ ।

MagSafe ଚାର୍ଜିଂ ଫାଇଲର ବ୍ୟବହାର ହୋଇପାରେ

9to5Mac କହିଛି, ସବୁ କିଛି ଆପଲ ପ୍ରୋ ଓ ମ୍ୟାକ୍ସ ୱେନବ୍ୟାଚ୍ ଏକ ଭିଡିଓରେ ଦେଖାଇଛି କି ସାମସଙ୍ଗର ଆଣ୍ଡ୍ରଏଡ ଡିଭାଇସ୍ ରେ ମିଳୁଥିବା ରିଭର୍ସ ଚାର୍ଜିଂ ଟେକନ୍ନୋଲୋଜିରେ ପରବର୍ତ୍ତୀ ଜେନେରେସନ ଆଇଫୋନରେ ଦେଖିବାକୁ ମିଳିବ । ତେବେ ଏହି ଫିଚର ପାଇଁ ଆପେଲ ଆଇଫୋନ-୧୨ ସିରିଜ୍ ରେ ମିଳିବ MagSafe ଓ୍ବେୟାରଲେସ୍ ଚାର୍ଜିଂ ଫାଇଲର ସୁବିଧା ।

ଫାଷ୍ଟ ଚାର୍ଜିଂ ପାଇଁ MagSafe ଜରୁରୀ

ୱେନବ୍ୟାଚଙ୍କ ସୂଚନା ଅନୁସାରେ ଅପକମିଂ ଆଇଫୋନ୍-୧୩ ସିରିଜରେ ବଡ ଚାର୍ଜିଂ ଫାଇଲ ମିଳିପାରେ । ଯାହା ଫଳରେ ଡିଭାଇସରେ ଜଲଦି ଚାର୍ଜିଂ ହୋଇପାରିବ । ତେବେ ଏମିତି କିଛି କମ୍ପାନୀ ଆଇଫୋନ୍-୧୨ରେ ବ୍ୟବହାର କରାଯାଇଥିଲା । ତେବେ ଆଇଫୋନ-୧୨ ସିରିଜ୍ ରେ ଜଲଦି ୱୟାରଲେସ୍ ଚାର୍ଜିଂ ପାଇଁ MagSafe କୁ ବ୍ୟବହାର କରାଯାଇଥିଲା । ଯାହାକି ଏହି ସିରିଜ୍ ରେ ୧୫ ୱାଟ ପର୍ଯ୍ୟନ୍ତ ଚାର୍ଜିଂ ପହଞ୍ଚିବାରେ ସହାୟକ ହୋଇଥିଲା ।

ବଡ ଆକାରର ମ୍ୟାଗନେଟ୍ ରହିବ

ଫୋନ ଆରେନାର ରିପୋର୍ଟ ଅନୁଯାୟୀ କମ୍ପାନୀ ଆଇଫୋନ-୧୩ ସିରିଜରେ ବଡ ଆକାରର ମ୍ୟାଗନେଟ ଦେଇପାରେ । କାହିଁକି ନା ପୂର୍ବ ସିରିଜ୍ ରେ ମଧ୍ୟ ୟୁଜର୍ସମାନେ ଛୋଟ ମ୍ୟାଗନେଟ ଯୋଗୁଁ ଫୋନର ଆଟାଚମେଣ୍ଟକୁ ସହଜରେ ଅଲଗା ହେଉଥିବାର ଅଭିଯୋଗ ଆସିଥିଲା । ତେବେ ସେୟାର ହୋଇଥିବା ଏହି ଭିଡିଓରେ କୁହାଯାଉଥିବା ଆପେଲ ଏୟାରପୋଡ୍ ପରି ଆସେସୋରିଜରେ ରିଭର୍ସ ଚାର୍ଜିଂର ସୁବିଧା ପାଇଁ ଆଇଫୋନର ପଛ ପ୍ୟାନେଲରେ ବଡ ଆକାରର ଫାଇଲ ଦିଆଯାଇପାରେ ।

ଚଳିତ ବର୍ଷ ସେପ୍ଟେମ୍ବରରେ ଆସିପାରେ iphone-13 ସିରିଜ୍

ଆପଲର ଆଗମୀ ଆଇଫୋନ ସିରିଜ୍ ରେ iOS-15କୁ ଲଞ୍ଚ କରିପାରେ । ନୂଆ ଆଇଫୋନ ସିରିଜରେ ଉନ୍ନତମାନର ଜେନେରେସନର ସ୍ମାର୍ଟଫୋନର ଫିଚର୍ସ, ଉନ୍ନତ ବ୍ୟାଟେରୀ, ଅଧିକ ରିଫରେସ୍ ହାର, ସ୍କ୍ରିନ ଉପରେ ସ୍ପିକର ଗ୍ରିଲ୍ ରହିବ । ତେବେ ଆଇଫୋନ-୧୩ ସିରିଜକୁ କମ୍ପାନୀ କେବେ ଲଞ୍ଚ କରିବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କେତେକ ରିପୋର୍ଟ ଅନୁସାରେ କୁହାଯାଉଛି କି କମ୍ପାନୀ ଏହି ସିରିଜ କୁ ସେପ୍ଟେମ୍ବରରେ ଲଞ୍ଚ କରିପାରେ ।

   Related Posts