ଲାଞ୍ଚ ନେଇ ଧରାପଡିଲେ ରାଜସ୍ୱ ନିରୀକ୍ଷକ…

Published By : Prameya-News7 Bureau | July 28, 2020 IST

ଚାନ୍ଦବାଲି ୨୮।୦୭: ଭିଜିଲାନ୍ସ ଜାଲରେ ଚାନ୍ଦବାଲି ରାଜସ୍ୱ ନିରୀକ୍ଷକ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚାନ୍ଦବାଲି ରାଜସ୍ୱୀ ନିରୀକ୍ଷଣ ସୁବ୍ରତ ମଲ୍ଲିକ । ଜମିବାଡି କାଗଜପତ୍ର କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାଜସ୍ୱ ନିରୀକ୍ଷକ ।

ସୂଚନାଯୋଗ୍ୟ ଯେ, ଚାନ୍ଦବାଲି ଓସ୍ତିଆ ପଞ୍ଚାୟତ ପଣସପଡା ଗାଁର କିଶୋର ପଣ୍ଡାଙ୍କ ଠାରୁ ଚାନ୍ଦବାଲି ରାଜସ୍ୱ ନିରୀକ୍ଷଣ ୩ହଜାର ଟଙ୍କା ଲାଞ୍ଚ ନେଉଥିଲେ । ହଠାତ୍‌ ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାବୁ । କିଶୋର ପଣ୍ଡାଙ୍କୁ  ନିଜ ଜମିର ଲିଗାଲ ହେଆର କରାଇ ଦେବା ପାଇଁ ୩ ହଜାର ଟଙ୍କା ଦାବି କରିଥିଲେ ସଂପୃକ୍ତ ରାଜସ୍ୱ ନୀରିକ୍ଷକ । ଏହାପରେ ଶ୍ରୀ ପଣ୍ଡା ଭଦ୍ରକ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ ।  ଆଜି ଭଦ୍ରକ ଭିଜିଲାନ୍ସ ଟିମ୍‌ ସଂପୃକ୍ତ ରାଜସ୍ୱ ନୀରିକ୍ଷକ ଅଭିଯୋଗକାରୀ କିଶୋର ପଣ୍ଡାଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଏହା ପରେ ରାଜସ୍ୱ ନୀରିକ୍ଷକଙ୍କୁ ଗିରଫ କରି ଅଧିକ ତଦନ୍ତ ପାଇଁ ଭଦ୍ରକ ଅଭିମୁଖେ ନିଆଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.