Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସଜନାଗଡ଼ରେ ରାଜସ୍ୱ ବିଭାଗର ଚଢ଼ାଉ, ତଦନ୍ତ ପରେ ଜରିମାନା ଧାର୍ଯ୍ୟ କରାଯିବା

17/10/2020 at 3:28 PM

ନୀଳଗିରି ୧୬।୧୦: ନୀଳଗିରି ତହସିଲ ସଜନାଗଡ଼ରେ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଚଢାଉ ବେଳେ ଗଚ୍ଛିତ ଥିବା ଚୋରା ପଥର, ମୋରମ , ବାଲିକୁ ଜବତ କରିଛି ରାଜସ୍ୱ ବିଭାଗ । ବାରମ୍ବାର ଚଢାଉ ପରେ ବି ସ୍ଥାନୀୟ ଅଞ୍ଚଳରେ କମିବାରେ ନାଁ ଧରୁନି ।

ନୀଳଗିରି ତହସିଲ ଅଧିନ ସୋନନଦୀରେ କୋଟିକୋଟି ଟଙ୍କାର ବାଲି ଚୋରି ହେଉଛି । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି ପରେ ମଧ୍ୟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାଫଳରେ କି ଦିନକୁ ଦିନ ବଢିବାରେ ଲାଗିଛି ଚୋରା କାରବାର । ସ୍ଥାନୀୟ ପୋଲିସ ମଧ୍ୟ ଚୋରି   ରୋକିବାରେ ବିଫଳ ହେଉଛି। ଏପରିକି ରାଜସ୍ୱ ବିଭାଗର ଚଢାଉ ବେଳେ ପୋଲିସ କର୍ମଚାରୀ ଅଭାବ କହି ସହଯୋଗ କରିନଥିବା ମଧ୍ୟ ଅଭିଯୋଗ ଆସିଛି । କଠୋର କାର୍ଯ୍ୟାନୁଷ୍ଠାନ ନହେବାରୁ ସ୍ଥାନୀୟ ଅଞ୍ଚଳରେ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି ।

ପୁରା ଅଞ୍ଚଳରେ କିଏ ପଥର ବ୍ଲାଷ୍ଟିଂ କରି ପଥର ଚୋର କରୁଛି ତ, ଆଉ କିଏ ଦିନ ଦ୍ୱିପହରରେ ମୋରମ ଖୋଳି ଚାଲିଛି । ବିପର୍ଯ୍ୟସ୍ତ ବ୍ୟବସ୍ଥା ଲାଗି ନୀଳଗିରିରୁ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟି ଚାଲିଛନ୍ତି ମାଫିଆ । ମାଲେମାଲ ହେଉଛନ୍ତି ବେପାରୀ । ଅସାଧୁ ସରକାରୀ ବାବୁ ସହିତ ସଲାସୁତୁରା ହୋଇ ଏପରି କାର୍ଯ୍ୟ ଚାଲିଛି ବୋଲି ସାଧାରଣଲୋକେ ଅଭିଯୋଗ କରିଛନ୍ତି ।   ସ୍ଥାନୀୟ ପ୍ରଶାସନ ଏକ ପ୍ରକାର ଅସହାୟ ହୋଇପଡିଥିବା ବେଳେ ଏହାର ଯଥେଷ୍ଟ ଫାଇଦା ନେଉଛନ୍ତି ମାଫିଆ ।

ସୋନା ନଦୀରେ ବାଲି ଚୋରୀ ହେଉଥିବା ଖବର ପାଇଥିଲେ ସ୍ଥାନୀୟ ପ୍ରଶାସନ । ଯାହାପରେ ଚଢାଉ କରିବା ପାଇଁ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । କିନ୍ତୁ କୌଣଶଇ ପ୍ରକାର ଚୋରି ହେଉନଥିବା ଖବର ଦେଇଥିଲା ପୋଲିସ । ଏହାପରେ ରାଜସ୍ୱ ବିଭାଗ ପକ୍ଷରୁ ସଜନାଗଡ଼ ଅଞ୍ଚଳରେ ଚଢାଉ କରି ଲକ୍ଷାଧିକ ଟଙ୍କାର  ଚିପ୍‌ସ, ବାଲି, ମୋରମ ଜବତ କରିଛି । ତଦନ୍ତ ପରେ ଜରିମାନା ଧାର୍ଯ୍ୟ କରାଯିବା ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

   Related Posts