Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ସାରୁଅରେ ବିବାଦୀୟ ଜମିର ମାପଚୁପ, ରାଜସ୍ବ ବିଭାଗର ୭ ଜଣିଆ ଟିମ୍ କରୁଛି ଯାଞ୍ଚ : ଓଟିଭି ଏମଡି ଏବଂ ତାଙ୍କ ସଂପର୍କୀୟଙ୍କ ନାଁରେ ଜମି ଜବରଦଖଲ ନେଇ ରହିଛି ଅଭିଯୋଗ

8/10/2020 at 4:15 PM

ଭୁବନେଶ୍ବର ୮।୧୦: ଓଟିଭି ଜମି କେଳେଙ୍କାରୀ ମାମଲାରେ ଖୋର୍ଦ୍ଧା ସାରୁଅଠାରେ ଚାଲିଛି ମାପଚୁପ । ତରଙ୍ଗ ଷ୍ଟୁଡିଓ ପରିସର ଭିତରେ ଖୋର୍ଦ୍ଧା ରାଜସ୍ବ ବିଭାଗର ୭ ଜଣିଆ ଟିମ୍ ମାପ ଚୁପ କରୁଛନ୍ତି । ୪ ଜଣ ଆରଆଇ, ୩ ଜଣ ଅମିନ ଏହି ଟିମ୍ ରେ ସାମିଲ ଅଛନ୍ତି । ସେପଟେ ବେଗୁନିଆ ତହସିଲଦାର ରୂପେ ନୂତନ ଦାୟିତ୍ଵ ନେଇଛନ୍ତି ପୃଥ୍ବୀରାଜ ମଣ୍ଡଳ ।

ଖୋର୍ଦ୍ଧା ସାରୁଅରେ ଚାଷ ଜମି ଉପରେ ଷ୍ଟୁଡିଓ କରିଥିବା ଓଟିଭି କର୍ତ୍ତୃପକ୍ଷଙ୍କ ମନମାନୀ ଯୋଗୁଁ ଗରିବ ଚାଷୀଙ୍କ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଉଛି । ଜମିକୁ ପାଣି ଆସୁନଥିବା ବେଳେ ସ୍ଥାନୀୟ ଚାଷୀଙ୍କୁ ନିଜ ଜମିକୁ ଯିବାକୁ ରାସ୍ତା ଛାଡ଼ୁନାହାନ୍ତି ଓଟିଭି କର୍ତ୍ତୃପକ୍ଷ । ଏହାର ପ୍ରତିବାଦ କଲେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଉଛନ୍ତି । ଏଭଳି ଅଭିଯୋଗ କରି ସାରୁଅ ଗାଁର ଏକାଧିକ ଦଳିତ ଚାଷୀ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ବାଘମାରୀ ଥାନାରେ ଏତଲା ଦେବା ପରେ ଏହାକୁ ଗୁରୁତର ସହ ନେଇଛି ଖୋର୍ଦ୍ଧା ପୋଲିସ ।

   Related Posts