ସାପ ନେଲା ପ୍ରତିଶୋଧ

Published By : Prameya-News7 Bureau | September 25, 2019 IST

ନୂଆଦିଲ୍ଲୀ - ସାପ ସହ ଖେଳିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମାତ୍ର ସାପଟି ବିଷଧର ହୋଇ ନ ଥିବାରୁ ଯୁବକର ଜୀବନ ରକ୍ଷା ହୋଇଯାଇଛି। ସାପକୁ ସାରା ବିଶ୍ୱରେ ବିଷଧର ଭାବେ ବିବେଚନା କରାଯାଇଥାଏ । ସାପକୁ ଦେଖିଲାମାତ୍ରେ ଅନେକ ଲୋକ ଭୟଭୀତ ହୋଇ ପଡନ୍ତି । ମାତ୍ର ସମସ୍ତ କ୍ଷେତ୍ରରେ ଏହା ନୁହେଁ । ଅନେକ ସାପକୁ ଦେଖିଲେ ନ ଡରି ଏହାକୁ ଧରିବା ପାଇଁ ଚେଷ୍ଟା କରିଥାଆନ୍ତି । ମାତ୍ର ଏଥିପାଇଁ ଉପଯୁକ୍ତ ତାଲିମ ନେବା ଆବଶ୍ୟକ ।

{"id":162511,"width":522,"height":426}


କିଛିଦିନ ତଳେ ଜଣେ ଯୁବକ ଗୋଟିଏ ସାପକୁ ଧରି ତାହା ସହ ଖେଳୁଥିଲା । ସାପର ମୁହଁ ନିକଟରେ ମୁହଁକୁ ଲଗାଇ ରଖିବା ସହ ଫୁଙ୍କୁଥିଲା । ଏପରି ବାରମ୍ବାର କରିବାରୁ ସାପ ବିରକ୍ତ ହୋଇ ଫଣାଟେକି ଯୁବକକୁ ଭୟଭୀତ କରିବା ପାଇଁ ଚେଷ୍ଟା କରୁଥିଲା ।

{"id":162512}

କିଛି ସମୟରେ ଏପରି ଖେଳ ପରେ ଯେତେବେଳେ ଯୁବକ ଜଣଙ୍କ ସାପ ଫଣା ନିକଟକୁ ନିଜ ମୁହଁ ଆଣିଲା ସାପ ପ୍ରତିଶୋଧ ନେବା ପାଇଁ ଯୁବକର ଚୁଟି ଉପରେ ମୁଣ୍ଡକୁ କାମୁଡି ଧରିଥିଲା ।

{"id":162513,"width":489,"height":344}

ଯୁବକ ଜଣଙ୍କର ମୁଣ୍ଡକୁ ସାପ ଜୋରରେ କାମୁଡି ଧରିଥିଲା । ଯୁବକ ଜଣଙ୍କ ଯେତେ ଚେଷ୍ଟା କଲେ ମଧ୍ୟ ସେ ଛାଡି ନଥିଲା ।

ମାତ୍ର ଅଳ୍ପକେ ଯୁବକଙ୍କର ଜୀବନ ବଞ୍ଚିଯାଇଛି । ସାପଟି ଅଜଗର ସାପ ହୋଇଥିବାରୁ ଓ ଏହାର ବିଷ ନଥିବାରୁ ଯୁବକଙ୍କ ଜୀବନ ବଞ୍ଚିଯାଇଛି ।

{"id":162514,"width":540,"height":496}

ପରେ ଏହି ଭିଡିଓକୁ ଉତ୍ତୋଳନ କରିଥିବା ବ୍ୟକ୍ତି ଫେସ୍‌ବୁକ୍‌ ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ । ରେପଟାଇଲ୍‌ ହଣ୍ଟର ନାମରେ ସେ ଏହାକୁ ଫେସ୍‌ବୁକ୍‌ରେ ସେୟା କରିଥିଲେ. ପ୍ରାୟ ୭ ଲକ୍ଷ ଥର ଲୋକ ଏହି ଭିଡିଓକୁ ଦେଖିସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.