Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଏଇମାନେ କେବେ ହୋଇଥିଲେ ନିର୍ଯ୍ୟାତନାର ଶିକାର : ନବୀନଙ୍କଠୁ ପ୍ରତିଶୋଧ ନେବାକୁ ଏବେ ଓହ୍ଲାଇଛନ୍ତି ନିର୍ବାଚନୀ ମଇଦାନକୁ

24/03/2019 at 3:37 PM

ଭୁବନେଶ୍ବର ୨୪|୩ (ମିହିର ରଂଜନ ଆଚାର୍ଯ୍ୟ) : ୨୦୧୯  ନିର୍ବାଚନର ଏବେ ଗୋଟିଏ ଫର୍ମୁଲା ଜଳଜଳ ହୋଇ ଦିଶୁଛି, ତାହା ହେଉଛି ପ୍ରତିଶୋଧ । ଅଧିକାଂଶ ବ୍ୟକ୍ତି ଏବେ ଏହି ମହାଭାରତରେ ଖାସ୍‌ ପ୍ରତିଶୋଧ ନେବା ଲାଗି ମୈଦାନରେ ପହଞ୍ଚିଛନ୍ତି। ଆଉ ଏହି ପ୍ରତିଶୋଧର ସବୁ ତୀର ବିଜେଡି ଆଡ଼େ ଯାଉଛି।

ପ୍ରତିଶୋଧ ନିଆଁରେ ଜଳୁଥିଲେ ଆଉ ଏବେ ମଉକା ଦେଖି ଆସିଛନ୍ତି ୧୯ ମହାଭାରତରେ ସାମିଲ ହୋଇଛନ୍ତି। ରଥାରୁଢ଼ ହୋଇ ଏବେ ନେବେ ପ୍ରତିଶୋଧ। ଦୀର୍ଘ ଦିନ ତଳୁ ମିଳିଥିବା ଅପମାନର ଘାକୁ ଏମାନେ ଲୁଚାଇ ରଖିଥିଲେ କିନ୍ତୁ ଏବେ ଏମାନେ ପ୍ରତିଶୋଧ ପାଇଁ ପହଞ୍ଚିଛନ୍ତି। ଏହି ନେତାମାନଙ୍କ ତାଲିକାରେ ପ୍ରଥମେ ତ ଆସିବେ ଦାମ ରାଉତ ।

ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଏହି ବରିଷ୍ଠ ନେତା କହି ବୁଲୁଛନ୍ତି ତାଙ୍କର ଗୋଟିଏ ମିଶନ ନବୀନ ପଟ୍ଟନାୟକଙ୍କୁ ହରାଇବେ। ସେଥିପାଇଁ ବିଜେପୁରରୁ ନବୀନ ପ୍ରାର୍ଥୀ ଘୋଷଣା ହେବା ପରେ ପରେ ଦାମ ପହଞ୍ଚିଯାଇଥିଲେ ବିଜେପୁର । ଏପରିକି ପତ୍ନୀ ବିୟୋଗର ଦୁଃଖକୁ ଅଣ୍ଟିରେ ପୁରେଇ ଦାମ ନିର୍ବାଚନ ମୈଦାନରେ ଗର୍ଜନ କରୁଛନ୍ତି ନବୀନଙ୍କୁ ହରାଇବା ପାଇଁ।

ପ୍ରତିଶୋଧ ନେବା ପାଇଁ ଆଜି ଆଜି ପଦ୍ମ ଧରିବାକୁ ଆସୁଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର। ୨୦୧୪ ନିର୍ବାଚନ ବେଳେ ପ୍ରକାଶ ମିଶ୍ର ପୋଲିସ ଡିଜି ଥିଲେ। ଜଣେ ସଫଳ ପୋଲିସ ଅଧିକାରୀ ଭାବେ ପ୍ରକାଶ ମିଶ୍ରଙ୍କ ଦକ୍ଷତା ଉପରେ କେହି ପ୍ରଶ୍ନ କରିପାରିବେନି। କିନ୍ତୁ ରାଜ୍ୟ ସରାକରଙ୍କୁ ତାଙ୍କୁ ଯେଉଁଭଳି ଭାବେ ବିଦା କରିଥିଲେ ବସ ଜଗିବାକୁ ପଠାଇଥିଲେ ଏବେ ପ୍ରକାଶ ତାର ବଦଲା ନେବାକୁ ଆସିଛନ୍ତି ନିର୍ବାଚନ ମୈଦାନକୁ। ସେ କୁଆଡ଼େ କଟକରୁ ଲୋକସଭା ପ୍ରାର୍ଥୀ ହେବେ।

ପ୍ରତିଶୋଧର ତୃତୀୟ ଚେହେରା ବି ଅପରାଜିତା ଷଡ଼ଙ୍ଗୀ ଏକଥା ଅସ୍ବୀକାର କରିହେବନି। ଆଇଏଏସ ଅଧିକାରୀ ଭାବେ ତାଙ୍କର ଦକ୍ଷତାକୁ ସବୁଠାରେ ପ୍ରଶଂସା କରାଯାଇଛି। ତେବେ ସେ ମଧ୍ୟ  ଅତିଷ୍ଠ ହୋଇ କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ । ଆଉ ଏବେ ଆସିଛନ୍ତି ନିର୍ବାଚନ ମୈଦାନକୁ ।

ଅଶ୍ବିନୀ ପୂଜାହାରୀ, ଭିମସାରର ପୂର୍ବତନ ନିର୍ଦ୍ଦେଶକ। ନିଜ ଡିସିପ୍ଲିନ ପାଇଁ ପ୍ରତିଷ୍ଠା ପାଇଥିବା ଅଶ୍ବିନୀ ପୂଜାହାରୀ କିନ୍ତୁ ନିଜ ପଦରୁ ଯେଉଁଭଳି ଭାବେ ବିଦା ହେଲେ ଏବେ ସେ ସେହି ଅପମାନର ଘାକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ପ୍ରଥମେ ସେ ବିଜେପିରେ ଯୋଗ ଦେବେ ବୋଲି ଶୁଣାଯାଉଥିଲା ଏବେ ସେ କଂଗ୍ରେସରେ ଯୋଗ ଦେବେ। ସମ୍ବଲପୁରରୁ ପ୍ରାର୍ଥୀ ହେବେ।

ତାଛଡ଼ା ପ୍ରତିଶୋଧ ପାଇଁ  ଦଳ ଛାଡ଼ିଛନ୍ତି ବହୁ ନେତା ସେମାନଙ୍କ ନାଁ ଗୋଟିଏ ସ୍ଥାନରେ ତ ନେଇହେବନି। ଯେଉଁମାନଙ୍କୁ ଟିକେଟ ନମିଳୁଛି ସେମାନେ ତୁରନ୍ତ ମହାଭାରତର ଗୋଟିଏ ପକ୍ଷ ଛାଡ଼ି ଅନ୍ୟ ପକ୍ଷରେ ସାମିଲ ହେଉଛନ୍ତି।

ପ୍ରତିଶୋଧର ଏହି ବ୍ୟାଖ୍ୟା ଆଉ ଏକ ନାଁ ନନେଲେ ହୁଏତ ଅଧାର ରହିଯିବ। ଯିଏକି ଦିଲ୍ଲୀ ଯାଇ ବିଜେପି ଟୋପି ପିନ୍ଧି ଉପସଭାପତି ହୋଇଛନ୍ତି। ଆଉ ଏବେ କେନ୍ଦ୍ରାପଡ଼ା ମୈଦାନରୁ ଲମ୍ଫ ପ୍ରଦାନ କରିଛନ୍ତି। ନିଜ କାଟତି ଦେଖାଇବାକୁ। ବୈଜୟନ୍ତ ପଣ୍ଡା। ପୂର୍ବରୁ ସେ ଦଳ ଦମ୍ଭରେ ଜିତିଥିଲେ ନା ନିଜ ଦମ୍ଭରେ ଜିତିଥିଲେ ତାହା ୨୦୧୯ ଫଳାଫଳ କହିବ।

   Related Posts