Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦୁଷ୍ମର୍ମ ବଦଳରେ ଦୁଷ୍କର୍ମ ! ଭଉଣୀର ପ୍ରତିଶୋଧ ନେବାକୁ ଅଭିଯୁକ୍ତର ଭଉଣୀକୁ ଗଣଦୁଷ୍କର୍ମ କଲେ ଦୁଇ ଭାଇ

21/09/2021 at 6:21 PM

ରେଓ୍ବା ୨୧/୦୯: ମଧ୍ୟପ୍ରଦେଶର ରେଓ୍ବାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ନିଜ ଭଉଣୀଙ୍କୁ କରାଯାଇଥିବା ଦୁଷ୍କର୍ମର ପ୍ରତିଶୋଧ ନେଇଛନ୍ତି ଦୁଇ ଭାଇ। ଦୁଷ୍କର୍ମକାରୀର ଭଉଣୀଙ୍କୁ ଦୁଇ ଭାଇ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପୀଡ଼ିତା ଖୋଦ ଥାନାରେ ଦୁଇ ଭାଇଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ପୋଲିସ ମାମଲାର ଯାଞ୍ଚ କରୁଛି।

ଯିଏ ବି ଦୋଷୀ ମିଳିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ନ୍ୟୁଜ ୧୮ରେ ପ୍ରକାଶିତ ଖବର ମୁତାବକ, ଏହି ଘଟଣା ରେଓ୍ବାର ଗଢ଼ ଥାନା ଅଞ୍ଚଳ​‌ରେ ଘଟିଛି । ଯୁବତୀଙ୍କ ଅଭଯୋଗ କ୍ରମେ, ରବିବାର ମା-ବାପା କାମକୁ ଚାଲିଯିବା ପରେ ଅଭିଯୁକ୍ତ ଦୁଇ ଭାଇ ଘରକୁ ଆସିଥିଲେ । ଘରେ ପଶିବା ପରେ ଭିତର ପଟୁ କବାଟ ଦେଇଦେଇଥି​‌ଲେ । ଏହା ପରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ। ଏହା ପରେ ଦୁଇ ଭାଇ ଫେରାର ହୋଇଯାଇଥିଲେ ।

କିନ୍ତୁ ଅନ୍ୟ ଏକ ସୂଚନା ଅନୁସାରେ, ଦୁଇ ଭାଇଙ୍କ ଭଉଣୀଙ୍କୁ ପୀଡ଼ିତାଙ୍କ ଭାଇ ୭ ମାସ ପୂର୍ବରୁ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି । ତେବେ ପୋଲିସକୁ ସନ୍ଦେହ ହେଉଛି ଯେ, ଏବେ ଯେଉଁ ଯୁବତୀ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ହୋଇପାରେ। ତେଣୁ ମାମଲାକୁ ଭଲ ଭାବେ ଯାଞ୍ଚ କରିବା ପରେ ହିଁ କୌଣସି ନିଷ୍କର୍ଶରେ ପହଞ୍ଚିହେବ ବୋଲି ପୋଲିସ କହିଛି ।  

   Related Posts