Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ହୋଲିର ରାଗ ଦିପାବଳୀରେ ସୁଝାଇଲେ ! ପୂର୍ବତନ ସରପଞ୍ଚଙ୍କ ଘରେ ଗୁଳିମାଡ, ୨ ମୃତ

5/11/2021 at 10:53 PM

ଗୁରୁଗ୍ରାମ ୦୫/୧୧: ଦେଶର ରାଜଧାନୀ ଦିଲ୍ଲୀକୁ ଲାଗି ଥିବା ଗୁରୁଗ୍ରାମର କାସନ ଗାଁର ଜଣେ ପୂର୍ବତନ ସରପଞ୍ଚଙ୍କ ଘରେ ଆକ୍ରମଣ ହୋଇଛି । ଦୁର୍ବୃତ୍ତ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ୩ ବର୍ଷ ପୂର୍ବେ ହୋଇସାରିଛି। ସାଇବର ସିଟି ଗୁରୁଗ୍ରାମରେ ଦୀପାବଳିରେ ଲୋକେ ବାଣ ଫୁଟାଉଥିବା ବେଳେ ଅନ୍ୟପଟେ କାସନ ଗାଁରେ ବନ୍ଧୁକ ଗର୍ଜିଥିଲା । ପୋଲିସ ଅନୁସାରେ, ନଭେମ୍ବର ୪ରେ ହୋଇଥିବା ଏହି ଗୁଳିକାଣ୍ଡ ପଛରେ ପୂରୁଣା ରାଗ  ରହିଛି।

ମୃତକମାନେ ୨୦୦୭ରେ ହୋଇଥିବା ଏକ ହତ୍ୟାକାଣ୍ଡରେ ସାମିଲ ଥିବା ବେ​‌ଳେ ଜାମିନ ପାଇ  ବାହାରେ ଥିଲେ।  ଅଭିଯୋଗକାରୀ ରାଜେଶ କୁମାର କହିଛନ୍ତି, କାସନ ଗାଁର ଯୋଗେନ୍ଦ୍ର ଓରଫ ରିଙ୍କୁ, ଉତ୍ତରପ୍ରଦେଶ ଅଲିଗଢ଼ର ଦୀପକ ଓରଫ ଭୋଲୁ, ମନୀଷ ରଣା, ସୋନୀପତର ଅମିତ ସମେତ ଅନ୍ୟ ଆକ୍ରମଣକାରୀ ପୂର୍ବତନ ସରପଞ୍ଚ ଗୋପଳାଙ୍କ ଘରେ ଦୀପାବଳି ଦିନ ରାତିରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ।

ଏଥିରେ ଜୀବନ ହରାଇଥିବା ଦୁଇ ଜଣ ବିକାଶ ଏବଂ ସୋହନପାଲ ବୋଲି ଜଣାପଡ଼ିଛି ।ଏହା ସହ ୪ ଆହତଙ୍କ ମଧ୍ୟରେ ସୋହନପାଲଙ୍କ ଭାଇ ବଳରାମ ମଧ୍ୟ ସାମିଲ ଅଛନ୍ତି ।  ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବିକ, ୨୦୦୭ରେ ହୋଲି ଦିନ ମୁଖ୍ୟ ଅଭିଯୁକ୍ତ ଯୋଗେନ୍ଦ୍ର ଓରଫ ରିଙ୍କୁର ଭାଇ ମନୋଜର ହତ୍ୟାକାଣ୍ଡରେ ବଳରାମ ଏବଂ ସୋହନପାଲ ସାମିଲ ଥିଲେ। ତେଣୁ ଦୀପାବଳିରେ ହୋଇଥିବା ଗୁଳିକାଣ୍ଡକୁ ଏହି ମାମଲା ସହ ଯୋଡ଼ାଯାଉଛି ।

   Related Posts