Wednesday, June 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋଲିଲା ପୋଲ: ବାପା ସଲିମ ଖାନ ନିଜେ କହିଲେ ସଲମାନଙ୍କ ବିବାହ ନକରିବାର କାରଣ

ମୁମ୍ୱାଇ୨୧|୩: ସଲମାନ ଖାନ ବଲିଉଡର ସୁପରଷ୍ଟାର ।  ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି । ସଲମାନ ନିଜ ପରିଶ୍ରମ ଦ୍ୱାରା ଆଜି ବଲିଉଡର ସେ ଜଣେ ପ୍ରତିଷ୍ଠିତ ଅଭିନେତା ହୋଇପାରିଛନ୍ତି। ୯୦ ଦଶକରୁ ସଲମାନ ବଲିଉଡରେ ରାଜ କରୁଛନ୍ତି। ଆଜି ମଧ୍ୟ କେବଳ ବଲିଉଡ ଅଭିନେତ୍ରୀ ନୁହଁ ସମଗ୍ର ଭାରତର ଝିଅମାନେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ତଥାପି ସେ ବିବାହ କରିନାହାନ୍ତି।
ବଲିଉଡ ସୁପରଷ୍ଟାର ସଲମାନ ଖାନ ଏ ଯାଏଁ ବାହା ହୋଇନାହାନ୍ତି। ସାଧାରଣତଃ ସଲମାନ ନିଜ ବିବାହ ପାଇଁ ଚର୍ଚ୍ଚାରେ ଥାନ୍ତି। ବଲିଉଡ ଦବଙ୍ଗ ଖାନଙ୍କର ବିବାହ ଏବଂ ଲଭ୍‌ ଲାଇଫକୁ ନେଇ ଅନେକ ଟ୍ରୋଲ ମଧ୍ୟ କରାଯାଏ। ସଲମାନଙ୍କର ଅଧିକାଂଶ ଫ୍ୟାନ୍‌ ମଧ୍ୟ ଏହା ଭାବନ୍ତି ଯେ ୫୨ ବର୍ଷ ବୟସ୍କ ସଲମାନ କେବେ ବିବାହ କରିବେ।
ସଲମାନଙ୍କ ପରିବାର ଲୋକ ସହ ଏବେ ଦର୍ଶକ ମଧ୍ୟ ଏହା ଚାହାନ୍ତି ଯେ, ସଲମାନଙ୍କ ବିବାହ ହୋଇଯାଉ। ତେବେ ଜାଣନ୍ତୁ ସଲମାନଙ୍କ ବାପା ସଲିମ ଖାନ ଏକ ସାକ୍ଷାତକାରରେ ତାଙ୍କ ପୁଅର ବିବାହ ବିଷୟରେ କଣ କହିଥିଲେ।  ସେ କହିଥିଲେ ଯେ, ସଲମାନ ତାଙ୍କ ମାଁ ଭଳି ଝିଅକୁ ବିବାହ କରିବେ ଯିଏ ଘର ପରିବାର ପାଇଁ ସମୟ ଦେଇପାରିବ। ତେଣୁ ଏହା ତେବେ ସମ୍ଭବ ହେବ ଯେବେ ସଲମାନ ଜଣେ ଘରୋଇ ଝିଅକୁ ବିବାହ କରିବେ।
ଯଦି ସଲମାନ କୌଣସି ଅଭିନେତ୍ରୀଙ୍କୁ ବିବାହ କରିବେ ତାହାଲେ ତାଙ୍କୁ ନିଜ ଫିଲ୍ମ କ୍ୟାରିଅର ଛାଡିବାକୁ ପଡିବ। ସଲମାନଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯାଡା ଯାଇଛି କିନ୍ତୁ କାହାକୁ ସେ ଏଯାଏଁ ବିବାହ କରିନାହାନ୍ତି। ତାଙ୍କୁ ଭଲ ଝିଅ ମିଳିନଥିବାରୁ ସେ ଆଜି ଯାଏଁ ବିବାହ କରିନାହାନ୍ତି।    

 

 

1183 Views

   ସମ୍ବନ୍ଧିତ ଖବର