ସେକ୍ସ ରାକେଟ ଉପରେ ଚଢଉ: ମହିଳା ଦଲାଲ ସମେତ ୮ ଯୁବତୀଙ୍କୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | October 25, 2019 IST

ଛତିଶଗଡ଼୨୫|୧୦: ଦୀର୍ଘ ଦିନଧରି ଚାଲୁଥିବା ଦେହ ବ୍ୟବସାୟ ଆଡ୍ଡା ଉପରେ ପୋଲିସ ଚଢ଼ଉ କରିଛି। ମଙ୍ଗଳବାର ଦେହ ବ୍ୟବସାୟ ଆଡ୍ଡା ଉପରେ ଚଢ଼ଉ କରି ଜଣେ ମହିଳା ଦଲାଲ ସମେତ ୮ ଜଣ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ତୁମଗଓ୍ବା ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବା ଖବର ପୋଲିସକୁ ମିଳିଥିଲା।

ସୂଚନା ଅନୁସାରେ ୪୦ ବର୍ଷ ବୟସ୍କା ମହିଳା ଦଲାଲ ନନକୀ ବାଇ ଓରଫ୍‌ ଭୁରି ବାଇକୁ ପୋଲିସ ଗିରଫ କରିଛି। ଏଥିସହ ବିଳାସପୁର ତିଲଦା ଅଞ୍ଚଳରୁ ଦେହ ବ୍ୟବସାୟରେ ସଂପୃକ୍ତ ଥିବା ୭ ଜଣ ଯୁବତୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତ ମହିଳାଙ୍କ ବିରୋଧ​‌ରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମହିଳା ଦଲାଲ ନନକୀ ପୂର୍ବରୁ ଗିରଫ ହୋଇଥିବାର ସୂଚନା ମିଳିଛି। ପୋକ୍ସୋ ଆକ୍ଟରେ ଦଲାଲ ମହିଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିଛି ମାସ ପରେ ନନକୀ ଜେଲରୁ ବାହାରି ପୁଣି ଦେହ ବ୍ୟବସାୟ  ଆରମ୍ଭ କରି ଦେଇଥିଲା। ମହିଳା ଦଲାଲ ନନକୀ ସମେତ ୮ ଜଣ ଯୁବତୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.