ଚିନ୍ମୟାନନ୍ଦ ଦୁଷ୍କର୍ମ ମାମଲା: ସାମ୍ନାକୁ ଆସିଲା ଆଉ ଏକ ସତ, ଅଧିକାରୀ ହେଲେ ଭୟଭୀତ

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ୮/୧୧: ଚିନ୍ମୟାନନ୍ଦ ଦୁଷ୍କର୍ମ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଅଧିକାରୀ ଟିମ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏଥର କିନ୍ତୁ  ଛାତ୍ରୀଙ୍କ ମାଆଙ୍କୁ ନେଇ ଷଡ଼ଯନ୍ତ୍ର ରଚାଯାଇଥିଲା। ପ୍ରକୃତ ଘଟଣା ସଂପର୍କରେ ଆହୁରି ତଥ୍ୟ ହାସଲ କରିବା ଲାଗି ଯାଞ୍ଚ ଚାଲିଛି। ଏସଆଇଟିର ରିପୋର୍ଟ ଅନୁସାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ, ଇନସ୍‌ସ୍ପେକ୍ଟର ଓ କଲେଜ ପ୍ରଶାସନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ଘଟଣା ଅନୁସାରେ କଲେଜ ପାଖରେ ଛାତ୍ରୀଙ୍କ ଘର। ତଥାପି ତାଙ୍କୁ କଲେଜ ହଷ୍ଟେଲର ଗୋଟିଏ ରୁମ ଦିଆଯାଇଛି। ଯାହାକି କଲେଜ ପ୍ରଶାସନ ସନ୍ଦେହ ଘେର ଭିତରକୁ ଆସିଛନ୍ତି। କିନ୍ତୁ ପ୍ରକୃତ ଘଟଣା ଅନ୍ୟ କିଛି ରହିଛି। ଛାତ୍ରୀଙ୍କ ମାଆଙ୍କୁ କଲେଜରେ ଚାକିରି କରିବେ ବୋଲି କସରତ ଚାଲିଥିଲା। କିନ୍ତୁ ଏ ସଂପର୍କରେ ଏସଆଇଟି ହାତରେ ଖବର ଲାଗିଲା ପରେ କଲେଜ ପ୍ରଶାସନର ଯୋଜନା ଭଣ୍ଡୁର ହୋଇଯାଇଥିଲା।

ଛାତ୍ରୀଙ୍କ ମାଆଙ୍କୁ  ଚାକିରି ପ୍ରଲୋଭନ ଦେଖାଇ ଘଟଣାକୁ ଚପାଇ ଦେବା ଲାଗି କସରତ ଚାଲଥିବା କଥା ତଦନ୍ତ ଅଧିକାରୀ କହିଛନ୍ତି। କଲେଜରେ ନିଯୁକ୍ତି ଦେଉଥିବା ବ୍ୟକ୍ତି ମଧ୍ୟ ଏସଆଇଟିର ସନ୍ଦେହ ଘେରକୁ ଆସିଛନ୍ତି। ଚିନ୍ମୟାନନ୍ଦଙ୍କ ଆର୍ଥିକ ଓ ବ୍ୟକ୍ତିଗତ ସବୁ କାମ କଲେଜ ପ୍ରଶାସନ  ବୁଝାସୁଝା କରୁଥିଲେ। ସାମ୍ବାଦିକ ସମ୍ମିଳନୀରେ ଏସଆଇଟି କହିଛନ୍ତି ଯେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓ କଲେଜ ପ୍ରଶାସନ ବିରୋଧରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ। ଏସଆଇଟିଙ୍କ ସନ୍ଦେହ ଅନୁସାରେ ଜଣେ ଜଣେ ବରିଷ୍ଠ ପୋଲିସ ଅଧିକାରୀ, ଇନସସ୍ପେକ୍ଟର ଓ କଲେଜ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.