Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ରାସ୍ତାକଡ଼ରେ ଡହ ଡହ ଖରାରେ ଚାରା ବିକୁଥିଲେ ବୃଦ୍ଧ, ଫଟୋ ଭାଇରାଲ୍‌ ପରେ ବଦଳିଗଲା ଜୀବନ

27/10/2020 at 6:01 PM

ନୂଆଦିଲ୍ଲୀ ୨୭/୧୦: ଦିଲ୍ଳୀର ‘ବାବା କା ଢ଼ାବା’ ରାତାରାତି ପରିଚୟ ପାଇଥିବା ବେଳେ ଏବେ ଆଉ ଜଣେ ବାବାଙ୍କ ‘ଚାରା ଦୋକାନ’ ଭାଇରାଲ୍‌ ହେଉଛି। ପୁଣିଥରେ ସୋସିଆଲ ମିଡିଆର ଶକ୍ତି ଦେଖିବାକୁ ମିଳିଛି। ବେଙ୍ଗାଲୁରୁର ରାସ୍ତାକଡ଼ରେ ଜଣେ ବୃଦ୍ଧ ଚାରା ବିକ୍ରି କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହାପରେ ବୃଦ୍ଧଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବହୁ ସହୃଦୟ ବ୍ୟକ୍ତି।

ସୂଚନା ଅନୁସାରେ ବୃଦ୍ଧଜଣଙ୍କ ରାସ୍ତା କଡ଼ରେ ଗଛ ଚାରା ବିକ୍ରି କରୁଛନ୍ତି। ବୃଦ୍ଧଙ୍କ ନାଁ ରେବେନା ସିଦ୍ଦାପା ବୋଲି ଜଣାପଡ଼ିଛି। ପ୍ରଖର ଖରାରେ ଛତାଟିଏ ଧରି ବାବା ଚାରା ବିକ୍ରି କରୁଥିବା ନେଇ ସୋସିଆଲ ମିଡିଆରେ କେହି ଜଣେ ଫଟୋ ସେୟାର କରିଥିଲେ। ଦେଖୁ ଦେଖୁ ଏହି ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଥିଲା। ଏପରିକି ବଲିଉଡ ଆକ୍ଟର ରଣଦୀପ ହୁଡ୍ଡା ମଧ୍ୟ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ଅପିଲ୍‌ କରିଥିଲେ। ତେବେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାର ଲକ୍ଷ୍ୟ ଥିଲା ବୃଦ୍ଧଙ୍କୁ ସହାୟତା ଯୋଗାଇବା।  ଯେପିରି ନିକଟରେ ଦିଲ୍ଲୀର ‘ବାବା କା ଢ଼ାବା’କୁ ମିଳିଥିଲା।

ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଏବେ ବହୁ ଲୋକ ସିଦ୍ଦାପାଙ୍କ ଦୋକାନ  ଯାଇ ଚାରା କିଣୁଥିବା ଦେଖିବାକୁ ମିଳିଛି। ବହୁ ସାମାଜିକ ସଂଗଠନ ବୃଦ୍ଧଙ୍କୁ ଆହୁରି ଚାରା ପ୍ରଦାନ କରିବା ସହ ତାଙ୍କ ପାଇଁ ବଡ଼ ଛତା ଲଗାଉଛନ୍ତି। ଏପରିକି ସେମାନେ ବାବାଙ୍କ ପାଇଁ ଟେବୁଲ୍‌, ଚେୟାରର ବନ୍ଦୋବସ୍ତ କରୁଛନ୍ତି। ଏବେ ବାବା ଟେବୁଲ୍‌​‌ରେ ବସି ଚାର ବିକ୍ରି କରିପାରିବେ। ଅନ୍ୟପଟେ ଏନଜିଓ ସିଦ୍ଦାପାଙ୍କ ପାଇଁ ଫଣ୍ଡ ଜମା କରୁଛି। ଯାହା ଦ୍ବାରା ତାଙ୍କ ପାଇଁ ଏକ ନିଶ୍ଚିତ ରୋଜଗାରର ବାଟ ଫିଟିପାରିବ। ତେବେ ଏଭଳି ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଲୋକଙ୍କ ଶ୍ରଦ୍ଧାଭାଜନ ହେଉଥିବା ଦେଖିବାକୁ ମିଳିଛି।

   Related Posts