ଜୈସ୍ର ପ୍ରଶିକ୍ଷଣ କେନ୍ଦ୍ର ଏବଂ ମଦ୍ରାସା ପୂର୍ବ ଭଳି ରହିଛି : ରଏଟର୍ସର ରିପୋର୍ଟ
7/03/2019 at 8:33 AM

ନୂଆଦିଲ୍ଲୀ ୭|୩ : ଭାରତୀୟ ବାୟୁସେନା ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟ୍ ସ୍ଥିତ ଜୈସ୍ର ପ୍ରଶିକ୍ଷଣ ଶିବିରକୁ ଧ୍ବଂସ କରିଥିବା ଦାବି କରିଥିବା ବେଳେ କେତେକ ବିଦେଶୀ ଗଣମାଧ୍ୟମ ଏଭଳି ଘଟିନାହିଁ ବୋଲି ଦାବି କରିଛନ୍ତି । ଉପଗ୍ରହ ଛବିରୁ ଜୈସ୍ର ପ୍ରଶିକ୍ଷଣ କେନ୍ଦ୍ର ଏବଂ ମଦ୍ରାସା ଆକ୍ରମଣ ପୂର୍ବରୁ ଯେଉଁଭଳି ଥିଲା ଆକ୍ରମଣ ପରେ ମଧ୍ୟ ଠିକ୍ ସେହିଭଳି ରହିଥିବା ଉପଗ୍ରହ ଛବିରୁ ଜଣାପଡ଼ୁଛି ବୋଲି ବିଦେଶୀ ଗଣମାଧ୍ୟମ ରଏଟର୍ସର ଏକ ରିପୋର୍ଟରେ ଦର୍ଶାଇଛି ।
ସାନ୍ଫ୍ରାନ୍ସିସ୍କୋର ଏକ ଘରୋଇ ଉପଗ୍ରହରୁ ନିଆଯାଇଥିବା ଛବି ଆଧାରରେ ରଏଟର୍ସ ଏଭଳି ରିପୋର୍ଟ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବାଲାକୋଟ୍ରେ ଏବେ ବି ଜୈସ୍ର ୬ଟି ମଦ୍ରାସା ପୂର୍ବ ଭଳି ରହିଛି ଏବଂ ଆକ୍ରମଣର ୬ ଦିନ ପରେ ଏହି ଫଟୋ ନିଆଯାଇଥିବା ଦାବି କରାଯାଇଛି। ମଦ୍ରାସା ଏବଂ ଏହାର ପରିସର ଅଂଚଳରେ ମଧ୍ୟ କିଛି କ୍ଷତି ହୋଇନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି ।