ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା

Published By : Prameya-News7 Bureau | July 16, 2021 IST

ଆଫଗାନିସ୍ତାନ ୧୬/୦୭: ଆଫଗାନିସ୍ତାନରେ ଫଟୋ ସାମ୍ୱାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ କଭରେଜ କରିବାକୁ ଦାନିଶ ସିଦ୍ଦିକି ଗତ କିଛି ଦିନ ଧରି ସେଠାରେ ରହିଆସୁଥିଲେ । ସିଦ୍ଦିକି ଦିଲ୍ଲୀର ବାସିନ୍ଦା ଥିଲେ। ଆଫଗାନିସ୍ତାନର ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜ୍ ସୂତ୍ରରୁ ଏହି ସୂଚନା ଦିଆଯାଇଛି । ସିଦ୍ଦିକି କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡକ୍ ଅଞ୍ଚଳରେ ମୃତ୍ୟୁ ବରଣ କରିଛନ୍ତି ।

ସୂଚନାଥାଉ କି, ଆମେରିକୀୟ ସୈନିକଙ୍କ ପ୍ରତ୍ୟାହାର ପରଠାରୁ ଏଠାରେ ଭୟଙ୍କର ହିଂସା ଜାରି ରହିଛି । ଗତ କିଛି ଦିନ ହେବ କାନ୍ଦାହାର ସ୍ଥିତିର କଭରେଜ୍ ପାଇଁ ସିଦ୍ଦିକି ସେଠାକୁ ଯାଇଥିଲେ । ସିଦ୍ଦିକି ଟିଭି ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରେ ଫଟୋ ସାମ୍ବାଦିକ ହୋଇଥିଲେ । ଦାନିଶ ସିଦ୍ଦିକି ତାଙ୍କ ସହକର୍ମୀ ଅଦନନ୍ ଆବିଦିଙ୍କ ସହ ୨୦୧୮ ପୁଲଜିତ ପୁରସ୍କାର ଜିତିଛନ୍ତି । ସେତେବେଳେ ସେ ପୁଲଜିତର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ। ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ଦାନିଶ୍ ମଧ୍ୟ କଭରେଜ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.