Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଧନୁ ରାଶିରେ ଶନି ବଦଳାଇବେ ଚାଲ, ଏହି ସବୁ ରାଶିଙ୍କ ଉପରେ ପଡିବ ପ୍ରଭାବ

14/09/2019 at 6:18 PM

ଗ୍ରହନକ୍ଷତ୍ରଙ୍କ ପରିବର୍ତ୍ତନ ଲାଗି ସେପ୍ଟେମ୍ବର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ବୁଧବାର ସେପ୍ଟେମ୍ବର ୧୮ ତାରିଖ ଦିନ ଗ୍ରହଙ୍କ ନ୍ୟାୟାଧୀଶ ତଥା ବ୍ୟକ୍ତିକୁ ତା କର୍ମ ଆଧାରରେ ଫଳ ଦେଉଥିବା ଗ୍ରହ ଶନି ତାଙ୍କର ଚାଲ ବଦଳାଇବେ। ଧନୁରାଶିରେ ଅବସ୍ଥାନ କରୁଥିବା ଶନି ମହାଗ୍ରହ ଗତ ଅପ୍ରେଲ ୩୦ ତାରିଖରୁ ବକ୍ରଗତି କରୁଛନ୍ତି। ତେବେ ୧୮ ସେପ୍ଟେମ୍ବରରୁ ସିଧା ଚାଲିବାକୁ ଲାଗିବେ। ଶନିଙ୍କ ସିଧା ଚଳନକୁ ଶୁଭ ବୋଲି ଭାରତୀୟ ଜ୍ୟୋତିଷ କହିଥାଏ। ଫଳରେ କିଛି ରାଶିଙ୍କର ମାନସିକ ପୀଡା ହ୍ରାସ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶନିଙ୍କ ମାର୍ଗୀ ହେବା କାହା ପାଇଁ ରହିବ କିପରି ।

ଶନିଙ୍କ ମାର୍ଗୀ ହେବା ମେଷ ଓ ସିଂହ ରାଶି ଜାତକଙ୍କ ଲାଗି ବେଶ ଭଲ ସମୟ ସାବ୍ୟସ୍ତ ହେବ। ଏହି ଦୁଇ ରାଶି ଜାତକଙ୍କୁ ଅନେକ ସୁଖଦ ସମାଚାର ମିଳିବ। ତେବେ କର୍କଟ, କନ୍ୟା, ବୃଶ୍ଚିକ, କୁମ୍ଭ ଓ ମୀନ ରାଶି ଜାତକଙ୍କ ଲାଗି ମଧ୍ୟ ଶନିଙ୍କର ଏହି ଚାଲ ପରିବର୍ତ୍ତନ ଶୁଭଫଳଦାୟୀ ହେବ। ଏହି ସବୁ ରାଶି ଜାତକଙ୍କ ଅଟକି ରହିଥିବା କାମଗୁଡିକ ପୁରଣ ହେବା ସହ ନୂଆ କାମ ମଧ୍ୟ ଆରମ୍ଭ କରିପାରିବେ। ଅନେକ ଦିନରୁ ଯେଉଁ ଖବର ଲାଗି ଅପେକ୍ଷା କରି ରହିଥିଲେ ସେହି ଖବର ଏବେ ମିଳିବା ସହ ଭାଗ୍ୟରେ ପରିବର୍ତ୍ତନ ହେବ।

ତେବେ ଶନିଙ୍କ ଚାଲ ବଦଳିବା ଯୋଗୁ କିଛି ରାଶିଙ୍କ ଲାଗି ସମସ୍ୟା ସୃଷ୍ଟି ହେବ। ସେମାନଙ୍କର ସୁଗମରେ ଚାଲିଥିବା କାମ ଅଟକି ଯିବା ସହ ଅବରୋଧଜନକ ପରିସ୍ଥିତିର ସମ୍ମୁଖୀନ ହେବେ। ଏହି ସବୁ ରାଶି ହେଲେ ବୃଷ, ମିଥୁନ, ତୁଳା, ଧନୁ  ଓ ମକର ରାଶି। ଏହି ସବୁ ରାଶି ଜାତକ ଏବେ ଦେଖିଚାହିଁ ଚଳିବା ଜରୁରି।

   Related Posts