ଲୋକପ୍ରୀୟ କାର 'ବିଟିଲ'ର ଶ୍ରଦ୍ଧାଞ୍ଜଳି ଲାଗି ଡିଜାଇନର ପ୍ରସ୍ତୁତ କରିଛନ୍ତି ରେଟ୍ରୋ ମିନିବାଇକ୍ 'ଫକ୍ସ ପର୍ଡ'

Published By : Prameya-News7 Bureau | November 14, 2019 IST

ଜର୍ମାନ କାର ନିର୍ମାତା ଭୋକ୍ସୱାଗନ 'ବିଟିଲ'କାରର ଆଉ ଉତ୍ପାଦନ ସମ୍ଭବ ନୁହେଁ ବୋଲି ଘୋଷଣା କରିଛନ୍ତି। ଏଣୁ ବିଂଶ ଶତାବ୍ଦୀ ତୃତୀୟ ଦଶକର ଏହି ଲୋକପ୍ରୀୟ କାର ପୁଣି ସଡକକୁ ଫେରିବା ନେଇ ଆଶା ଏବେ ମଉଳି ଯାଇଛି। ତେବେ ବିଟିଲକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଡିଜାଇନର ଏହାର ଫେଣ୍ଡରରେ ଡିଜାଇନ କରିଛନ୍ତି ରେଟ୍ରୋ ମିନିବାଇକ୍ 'ଫକ୍ସ ପର୍ଡ'। ଯହା ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଉପଲବ୍ଧ ହେଉଛଥିବା ୨ଟି ମଡେଲ ଲାଗି କାର ନିର୍ମାତା ଭୋକ୍ସ ୱାଗନ ଏଥିଲାଗି ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଇଞ୍ଜିନ।

{"id":184290,"sizeSlug":"large"}

ଏହି ରେଟ୍ରୋବାଇକ୍ ଗୁଡିକୁ ଡିଜାଇନର ନାମକରଣ କରିଛନ୍ତି 'ଫକ୍ସପର୍ଡ'। ବର୍ଚ୍ଚ ଗ୍ରିନ ଓ ପେଷ୍ଟଲ ବ୍ଲୁ ରଙ୍ଗରେ ତିଆରି ହୋଇଥିବା ଏହି ମଡେଲର ପ୍ରେମକୁ ବିଟିଲ ଟାଇପ୍-୧ ଫେଣ୍ଡରରେ ନିର୍ମାଣ କରାଯାଇଛି।

{"id":184298,"sizeSlug":"large"}

୯୦ଦଶକରେ ସାଇକେଲର ସିଧା ହାଣ୍ଡେଲ ବାର ଅନୁକରଣରେ ବାଇକଗୁଡିକର ହ୍ୟାଣ୍ଡେଲଗୁଡିକ ମଧ୍ୟ ସିଧା ରହିଛି। ଏଥିରେ ୭୯ ସିସି ଇଞ୍ଜିନ ଲଗାଯାଇଛି। ବିଟିଲ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଛି।

{"id":184299,"sizeSlug":"large"}

ବାଇକରେ କେବଳ ଜଣେ ବ୍ୟକ୍ତି ବସି ଯାତ୍ରା କରିପାରିବେ। ଏଥିଲାଗି ଆରାମ ଦାୟକ ସିଙ୍ଗଲ ସିଟ୍ ଲାଗିଛି। ଟ୍ରାନ୍ସମିସନ ଲାଗି ଚେନ ପୁଲିଂ ବ୍ୟବସ୍ଥା ରହିଛି।

{"id":184300,"sizeSlug":"large"}

ସହର ଯାତ୍ରାରେ ବାଇକ୍ ବେଶ ଆରାମ ପ୍ରଦ ହେବ ବୋଲି ଆଶା କରାଯାଏ। ତେବେ କାରନିର୍ମାତା ଭୋକ୍ସ ୱାଗନ ଏହି ମଡେଲଗୁଡିକର ବ୍ୟବସାୟୀକ ଉତ୍ପାଦନ କରିବେ କି ନା ତାହା କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.